ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୨୦ ମାସରୁ ଅଧିକ ସମୟ ଧରି ଚାଲିଥିବା ରୁଷ-ୟୁକ୍ରେନ ଯୁଦ୍ଧ ଏପର୍ଯ୍ୟନ୍ତ ଶେଷ ହେବାର ନାଁ ନେଉନି। ଇତି ମଧ୍ୟରେ ପୁଣି ଥରେ ୟୁକ୍ରେନର ରାଜଧାନୀ କିଭ୍ ଉପରେ ଆକ୍ରମଣ କରିଛି ରୁଷ୍। ବୁଧବାର ରାତିରେ ମିଶାଇଲ୍ ଓ ଡ୍ରୋନ୍ ସାହାଯ୍ୟରେ ଜୋରଦାର ଆକ୍ରମଣ କରିଛି ରୁଷ୍। ଏହି ଆକ୍ରମଣରେ ଜଣେ ୬ ବର୍ଷୀୟ ଶିଶୁ ସମେତ ପ୍ରାୟ ଛଅ ଜଣଙ୍କ ମୃତ୍ୟୁ ଘଟିଛି। ଏହା ବ୍ୟତୀତ ୫୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଅଧିକାରୀଙ୍କ କହିବାନୁସାରେ, ମୃତାହତଙ୍କ ସଂଖ୍ୟା ଆହୁରି ବଢିପାରେ।






More Stories
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..