ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରୁଷରେ ଶୁକ୍ରବାର ଆତଙ୍କବାଦୀ ଆକ୍ରମଣ କରାଯାଇଛି। ଆତଙ୍କବାଦୀମାନେ ଆଇଇଡି ବିସ୍ଫୋରଣ ଘଟାଇ ରୁଷର ଲେଫ୍ଟନାଣ୍ଟ ଜେନେରାଲ ୟାରୋସ୍ଲାଭ ମୋସକାଲିକଙ୍କୁ ହତ୍ୟା କରିଛନ୍ତି। ଏହି ଘଟଣାକୁ ରୁଷ ପକ୍ଷରୁ ନିନ୍ଦା କରାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ଵତନ୍ତ୍ର ଦୂତ ଷ୍ଟିଭ ଓ୍ବିଟକଫ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିବା ଲାଗି ମସ୍କୋରେ ପହଞ୍ଚିଥିବାବେଳେ ଏହି ଆକ୍ରମଣ ଘଟିଛି। ସୂଚନା ଅନୁସାରେ, ଆତଙ୍କବାଦୀମାନେ ଏକ କାରରେ ଆଇଇଡି ଖଞ୍ଜି ଏହି ବିସ୍ଫୋରଣ ଘଟାଇଛନ୍ତି। ବିସ୍ଫୋରଣସ୍ଥଳରେ ଆଇଇଡିର ଟୁକୁଡା ମିଳିଛି। ତାହାକୁ ପରୀକ୍ଷାନିରୀକ୍ଷା ପାଇଁ ପୋଲିସ ପଠାଇଛି ବୋଲି ତଦନ୍ତକାରୀ କମିଟି ମୁଖପାତ୍ର ସ୍ଵେତଲାନା ପିଟରଙ୍କୋ କହିଛନ୍ତି। ୫୯ ବର୍ଷୀୟ ମୋସକାଲିକ ବିଭିନ୍ନ ଉଚ୍ଚସ୍ତରୀୟ ମଧ୍ୟସ୍ଥତାରେ ପ୍ରତିରକ୍ଷା ମନ୍ତ୍ରଣାଳୟ ତରଫରୁ ପ୍ରତିନିଧିତ୍ଵ କରନ୍ତି।






More Stories
ଆଜି ସଂସଦରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ…..
ମଣିପୁରରୁ ହଟିଲା ରାଷ୍ଟ୍ରପତି ଶାସନ,ଶପଥ ନେଲେ ମୁଖ୍ୟମନ୍ତ୍ରୀ….
୨ ଆତଙ୍କୀ ନିହତ…..