ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରୁଷିଆ ୟୁକ୍ରେନ ଯୁଦ୍ଧ ଥମିବାର ନାଁ ନେଉନାହିଁ | ଦୀର୍ଘ ୭ ମାସ ବିତି ଯାଇଥିଲେ ମଧ୍ୟ ଏବେବି ଜାରିରହିଛି ଯୁଦ୍ଧ | କେହି ପଛକୁ ହଟିବାକୁ ଚାହୁଁ ନାହାନ୍ତି | ଏହା ଭିତରେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ ନେଇ ସ୍ପଷ୍ଟ କରିଛି ଯେ କେବଳ କ୍ୱିଭ୍ରେ ଏକ ମିତ୍ର ସରକାର ଗଠନ ପରେ ଏହି ଆକ୍ରମଣ ବନ୍ଦ ହୋଇଯିବ। ଜାତିସଂଘର ସାଧାରଣ ସଭାରେ ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭେରୋଭ ଏସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ ୟୁକ୍ରେନର ଏହି ଅଞ୍ଚଳରେ ରୁଷୀୟ ଭାଷାଭାଷୀମାନେ ନିର୍ଯାତିତ ହେଉଛନ୍ତି। ସେ କହିଛନ୍ତି ଯେ ଯେଉଁ ଅଂଶ ରୁଷିଆରେ ଯୋଗଦେବ ସେଠାକାର ଲୋକମାନେ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବେ। ୟୁକ୍ରେନ ମାଧ୍ୟମରେ ପାଶ୍ଚାତ୍ୟ ଦେଶମାନେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଥିଲେ ଫଳରେ ରୁଷିଆ ପାଇଁ ଯୁଦ୍ଧ ଛଡ଼ା କୌଣସି ବିକଳ୍ପ ରହି ନ ଥିଲା। ଆମେରିକା ଏବଂ ଏହାର ସହଯୋଗୀମାନେ ରୁଷିଆ ନୁହେଁ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ଦୁର୍ବଳ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..