Report Card Odisha

| Daily Odia News

ୟୁକ୍ରେନର ବୃହତ୍ତ ପାୱାର ପ୍ଲାଣ୍ଟ ଉପରେ କବଜା କଲା ରୁଷିଆ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଧ୍ୱଂସର ଚିତ୍ର ଦେଖିବାକୁ ମିଳୁଛି । ଗୁରୁବାର ରୁଷିଆ ସେନା ପୂର୍ବ ଦୋନେସ୍କ ଅଞ୍ଚଳରେ ଥିବା ୟୁକ୍ରେନର ଦ୍ୱିତୀୟ ବୃହତ୍ତ ପାୱାର ପ୍ଲାଣ୍ଟ ଉପରେ କବଜା କରିନେଇଥିବା ଦାବି କରାଯାଇଛି । ଏପଟେ ଦକ୍ଷିଣ ଭାଗରେ ସେନା ଛାଉଣିକୁ ବଢାଇ ଦିଆଯାଇଛି । ବେଶ କିଛି ଦିନର ବ୍ୟବଧାନ ପରେ ପୁଣି ରୁଷିଆ ସେନା କ୍ୱିଭ ଉପରେ ମିଶାଇଲ ମାଡ କରିଛନ୍ତି । ଏପଟେ ଖେରସନ ସହରରେ ରୁଷିଆ ସେନା କବଜା କରିଥିବା ଅଞ୍ଚଳରେ ଆକ୍ରମଣକୁ ଜୋରଦାର କରାଯାଇଛି । ରୁଷିଆ ସେନା ସୋଭିଏତ ଏରାର କୋଇଲାରେ ଚାଲୁଥିବା ବୃହଲେହେରସ୍କ ପାୱାର ପ୍ଲାଣ୍ଟକୁ ନିଜ କବଜାକୁ ନେଇ ଯାଇଛି । ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ରୁଷିଆ ଦକ୍ଷିଣ ୟୁକ୍ରେନର ମୋଲିତୋପୋଲ, ଜପୋରିଜ୍ଜିୟା ଓ ଖେରସନ ଅଞ୍ଚଳରେ ବହୁ ସଂଖ୍ୟାରେ ସେନା ପୁନଃ ମୁତୟନ କରିଛି । ରୁଷିଆ ମିଶାଇଲ କଥିତ ଭାବେ କ୍ୱିଭରେ ବି ପୂର୍ବପରି ଆକ୍ରମଣ କରିଛି । ଏଠାରେ ପ୍ରାୟ ୧ ସପ୍ତାହ ହେବ କୌଣସି ଆକ୍ରମଣ ହୋଇ ନ ଥିଲା ।

Breaking News