ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ ଭାରତୀୟ ନିର୍ବାଚିନ କମିଶନ୍ ଏକ ବଡ଼ ମାନ୍ୟତା ପ୍ରଦାନ କରିଛି । ସଚିନଙ୍କୁ ଜାତୀୟ ପ୍ରତୀକ ଭାବେ ଘୋଷଣା କରାଯାଇଛି । ଆଜି ନୂଆଦିଲ୍ଲୀର ରଙ୍ଗ ଭବନ ପ୍ରେକ୍ଷାଳୟରେ ଆୟୋଜିତ ବିଶେଷ ଉତ୍ସବରେ ସଚିନଙ୍କୁ ଇସିଆଇ ନ୍ୟାସନାଲ ଆଇକନ୍ ଭାବେ ଘୋଷଣା କରିଛି । କ୍ରିକେଟ୍ରେ ସଚିନଙ୍କ ଉଲ୍ଲେଖନୀୟ କୃତିତ୍ବ, ତାଙ୍କ ମହାନତା ଏବଂ ସାରାବିଶ୍ବରେ ତାଙ୍କ ଲୋକପ୍ରିୟତା ଯୋଗୁଁ ଇସିଆଇ ସଚିନଙ୍କୁ ସମ୍ମାନିତ କରିଛି । ଭାରତରତ୍ନ ପରେ ସଚିନଙ୍କ ପାଇଁ ଏହା ହେଉଛି ୨ୟ ସର୍ବବୃହତ୍ ସମ୍ମାନ। ଦୀର୍ଘ ୨୪ ବର୍ଷର କ୍ରିକେଟ୍ ଜୀବନରେ ସଚିନ ତେନ୍ଦୁଲକର ବିଶ୍ବ କୀର୍ତ୍ତିମାନ ୨୦୦ ଟେଷ୍ଟମ୍ୟାଚ୍ରେ ଭାରତର ପ୍ରତିନିଧିତ୍ବ କରିଛନ୍ତି। ପୁଣି ଟେଷ୍ଟମ୍ୟାଚ୍ରେ ସଚିନ ୫୧ଟି ଶତକ ଓ ୬୮ଟି ଅର୍ଦ୍ଧଶତକ ସହ ୫୩.୭୮ ଆଭ୍ରେଜ୍ରେ ୧୫,୯୨୧ ରନ୍ ସ୍କୋର୍ କରିଛନ୍ତି। ସଚିନ ୪୬୩ଟି ଦିନିକିଆ ଖେଳି ୪୯ଟି ଶତକ ଓ ୯୬ଟି ଅର୍ଦ୍ଧଶତକ ସହ ୧୮,୪୨୬ ରନ୍ କରିଛନ୍ତି। ଆନ୍ତର୍ଜାତିକ କ୍ରିକେଟ୍ ଇତିହାସରେ ଉଭୟ ଟେଷ୍ଟ ଓ ଦିନିକିଆରେ ସଚିନ ସର୍ବାଧିକ ରନ୍ ଓ ଶତକ ହାସଲ କରିଛନ୍ତି। ବିଶ୍ବର ଏକମାତ୍ର ବ୍ୟାଟ୍ସମ୍ୟାନ୍ ଭାବେ ସଚିନ ୨୦୦ ଆନ୍ତର୍ଜାତିକ ଶତକ ମାରିଛନ୍ତି। ୨୦୧୧ରେ ଭାରତ ବିଶ୍ବକପ୍ ଚମ୍ପିଆନ୍ ହୋଇଥିବା ବେଳେ ସଚିନ ଦଳର ସଦସ୍ୟ ଥିଲେ।






More Stories
୮ ସାଂସଦ ନିଲମ୍ବିତ…..
ଡାଟା ସେୟାରିଂ ନାଁରେ ନାଗରିକଙ୍କ ଗୋପନୀୟତାର…..
ଏନଡିଏ ବୈଠକରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ…..