Report Card Odisha

| Daily Odia News

ହସ୍ପିଟାଲରେ ଭର୍ତ୍ତି ହେଲେ ସଚିନ ତେନ୍ଦୁଲକର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର କରୋନାରେ ସଂକ୍ରମିତ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏନେଇ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସଚିନ । ଲେଖିଛନ୍ତି, ଡାକ୍ତରଙ୍କ ପରାମର୍ଶ ଅନୁସାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କିଛି ଦିନ ଭିତରେ ସୁସ୍ଥ ହୋଇ ଫେରିବେ ବୋଲି ଆଶା ରଖିଛନ୍ତି । ଏଥିସହିତ ଲୋକଙ୍କୁ ସତର୍କ ଓ ସୁରକ୍ଷିତ ରହିବା ପାଇଁ ପରାମର୍ଶ ଦେଇଛନ୍ତି ସଚିନ ତେନ୍ଦୁଲକର । ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଖବର ଜାଣିବା ପରେ ସଚିନଙ୍କ ଲକ୍ଷ ଲକ୍ଷ ପ୍ରଶଂସକ ଦ୍ରୁତ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସୂଚନା ଅନୁସାରେ- ଗତ ୨୨ ତାରିଖରେ ସଚିନ ତେନ୍ଦୁଲକର କରୋନାରେ ସଂକ୍ରମିତ ହୋଇଥିଲେ । ଏହାପରେ ସେ ହୋମ୍ କ୍ୱାରେଣ୍ଟାଇନରେ ଥିଲେ । ସଂକ୍ରମିତ ହେବାର ଛଅ ଦିନ ପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କର ଆରୋଗ୍ୟ କାମନା କରିଥିବାରୁ ଫ୍ୟାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ସଚିନ ତେନ୍ଦୁଲକର । ଏଥିସହ ଭାରତ ୨୦୧୧ ବିଶ୍ୱକପ୍ ବିଜୟୀ ହେବାକୁ ଆଜି ୧୦ବର୍ଷ ପୂରିଥିବାରୁ ଭାରତୀୟ ଓ ସାଥି ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Breaking News