ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିଏମସି ମୁଖପାତ୍ର ସାକେତ ଗୋଖଲେଙ୍କୁ ଗିରଫ କରିଛି। ଇଡି ଗୋଖଲେଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରିବ। ଦାନ ମାଧ୍ୟମରେ ସଂଗୃହୀତ ପାଣ୍ଠିର ଅପବ୍ୟବହାର ଅଭିଯୋଗରେ ଗୋଖଲେଙ୍କୁ ଡିସେମ୍ବର ୩୦, ୨୦୨୨ରେ ଦିଲ୍ଲୀରୁ ଅହମ୍ମଦାବାଦ ସାଇବର କ୍ରାଇମ ବ୍ରାଞ୍ଚ ଗିରଫ କରିଥିଲା। ତାଙ୍କୁ ଆଇପିସି ଧାରା ୪୨୦ (ଠକେଇ), ୪୦୬ (ଅପରାଧିକ ଉଲ୍ଲଂଘନ) ଏବଂ ୪୬୭ (ଜାଲିଆତି) ଅଭିଯୋଗରେ ଗିରଫ କରାଯାଇଛି। ଏହାପୂର୍ବରୁ ବ୍ରିଜ ଭୁଶୁଡ଼ିବା ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୋର୍ବି ଗସ୍ତରେ ଆସିଥିବା ଖର୍ଚ୍ଚ ସମ୍ପର୍କରେ ମିଥ୍ୟା ଖବର ପ୍ରଚାର କରି ଗୋଖଲେଙ୍କୁ ଡିସେମ୍ବର ୬ରେ ସାଇବର କ୍ରାଇମବ୍ରାଞ୍ଚ ଗିରଫ କରିଥିଲା।






More Stories
ଭରଣପୋଷଣ ଦୟା ନୁହେଁ,ସ୍ତ୍ରୀଙ୍କ ଅଧିକାର…..
କ୍ଷମା ମାଗିଲେ ଅଶ୍ୱିନ ବୈଷ୍ଣବ……
ଫ୍ଲାଟ ମୂଲ୍ୟରୁ ହଟିଲା ପାର୍କିଂ ଚାର୍ଜ…..