ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବଲିଉଡ଼ ଅଭିନେତା ସଲମାନ ଖାନଙ୍କ ସୁରକ୍ଷା ବ୍ୟବସ୍ତା କୁ ବଢାଇ ଦିଆଯାଇଛି | ମୁମ୍ବାଇ ପୋଲିସର ପ୍ରୋଟେକ୍ସନ ବ୍ରାଞ୍ଚ ପକ୍ଷରୁ ସଲମାନଙ୍କୁ ଏହି ସୁରକ୍ଷା ପ୍ରଦାନ କରାଯାଇଛି । କିଛି ଦିନ ତଳେ ଅଭିନେତାଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା, ଯାହାପରେ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି। ସୂଚନାଯୋଗ୍ୟ ଯେ, ସଲମାନଙ୍କ ପିତା ସଲିମ ଖାନ୍ ତାଙ୍କ ପ୍ରାତଃ ଭ୍ରମଣ ପରେ ବାନ୍ଦ୍ରା ବ୍ୟାଣ୍ଡଷ୍ଟାଣ୍ଡରେ ଏକ ବେଞ୍ଚରେ ବସିଥିଲେ। ସେହି ସମୟରେ ଜଣେ ଅଜ୍ଞାତ ବ୍ୟକ୍ତି ସେଠାରେ ଏକ ଚିଠି ରଖିଥିଲେ, ଯେଉଁଥିରେ ଅଭିନେତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିଲା। ପୂର୍ବରୁ ସଲମାନଙ୍କୁ ‘ଏକ୍ସ’ କ୍ୟାଟୋଗୋରୀ ସିକ୍ୟୁରିଟି ପ୍ରଦାନ କରାଯାଇଥିଲା ।






More Stories
ଡିଏମ୍କେ ଲାଗି ପ୍ରଚାର କରିବେ କେଜରିୱାଲ….
ପୁଣି ରାଜ୍ୟସଭାର ଉପାଧ୍ୟକ୍ଷ ହେଲେ ହରିବଂଶ ନାରାୟଣ…..
ଯୁଦ୍ଧ ବନ୍ଦ ପାଇଁ ଆମେରିକାର ଦୁଇଟି ସର୍ତ୍ତ…..