ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗତ କିଛି ମାସ ହେବ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ପକ୍ଷରୁ ମିଳୁଥିବା ଧମକକୁ ଦୃଷ୍ଟିରେ ରଖି ସଲମାନ ଖାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି। ସଲମାନଙ୍କ ଘର ବାଲ୍କୋନୀରେ ସୁରକ୍ଷା ବଢାଇ ଦିଆଯାଇଛି। ବାଲ୍କୋନୀରେ ବୁଲେଟ୍ପ୍ରୁଫ୍ ଗ୍ଲାସ୍ ଲଗାଯାଇ ସୁରକ୍ଷିତ କରାଯାଇଛି। ମଙ୍ଗଳବାର ସଲମାନଙ୍କ ମୁମ୍ବାଇସ୍ଥିତ ଘର ଗ୍ୟାଲେକ୍ସି ଆପାର୍ଟମେଣ୍ଟରେ କିଛି କର୍ମଚାରୀ କାମ କରୁଥିବା ଦେଖିବାକୁ ମିଳିଛି। ଅଭିନେତାଙ୍କ ସୁରକ୍ଷା ପାଇଁ ସେମାନେ ଘରର ବାଲ୍କୋନୀରେ ବୁଲେଟ୍ପ୍ରୁଫ୍ କାଚ ଲଗାଉଥିବା ନଜର ଆସିଛି। ବାଲ୍କୋନୀକୁ ଚାରିପଟୁ ନୀଳ ରଙ୍ଗର ବୁଲେଟ୍ପ୍ରୁଫ୍ ଗ୍ଲାସରେ ଆବୃତ୍ତ କରାଯାଇଛି। ସୂଚନାଯୋଗ୍ୟ, ସୁରକ୍ଷା ଚିନ୍ତା ଭିତରେ ସଲମାନ ଖାନ ଏବେ ସାର୍ବଜନୀନ ସ୍ଥାନରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହୁଛନ୍ତି।
More Stories
ଇସ୍ରାଏଲ ଆକ୍ରମଣରେ ହିଜବୁଲ୍ଲା କମାଣ୍ଡର ଅଲି ଜାମୋଲ ନିପାତ…..
ନିଜକୁ ସାମ୍ବାଦିକା କହି ଭାରତର ରୁ ତଥ୍ୟ ସଂଗ୍ରହ କରୁଥିଲେ…..
ଜୁନ ୧ରୁ ବଦଳିବ ଏହି ସବୁ ନିୟମ…..