ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜ୍ୟସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି(ସପା) ୩ ଜଣ ପ୍ରାର୍ଥୀ ଆଜି ନାମାଙ୍କନ ଦାଖଲ କରିଛନ୍ତି | ସପା ପକ୍ଷରୁ ପୂର୍ବତନ ସାଂସଦ ରାମଜୀ ଲାଲ ସୁମନ, ପୂର୍ବତନ ଆଇଏଏସ୍ ଅଧିକାରୀ ଆଲୋକ ରଞ୍ଜନ ଏବଂ ଜୟା ବଚ୍ଚନଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯାଇଛି | ଏହି ସମୟରେ ସମାଜବାଦୀ ପାର୍ଟି ମୁଖ୍ୟ ର ଅଖିଲେଶ ଯାଦବ ଙ୍କ ଉପସ୍ଥିତିରେ ନାମାଙ୍କନ ଭରିଛନ୍ତି | ତେବେ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ହେଉଛି ଫେବୃଆରୀ ୧୫ । ଫେବୃଆରୀ ୨୭ରେ ମତଦାନ ଏବଂ ଫଳାଫଳ ଘୋଷଣା କରାଯିବ । ରାମଜୀ ଲାଲ ସୁମନ ୧୯୭୭ ମସିହାରେ ରାମଜୀ ଲାଲ ସୁମନ ପ୍ରଥମ ଥର ପାଇଁ ଲୋକସଭାରେ ଯୋଗ ଦେଇଥିଲ । ସେ ୪ ଥର ସାଂସଦ ରହିସାରିଛନ୍ତି । ଆଲୋକ ରଞ୍ଜନ ଅଖିଲେଶ ଯାଦବ ସରକାରରେ ମୁଖ୍ୟ ସଚିବ ଭାବେ ଦାୟିତ୍ୱ ତୁଲାଇ ଥିଲେ । ପାୟ ୨ ବର୍ଷ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇବା ପରେ ୨୦୧୬ ମସିହା ଜୁଲାଇରେ ପଦ ତ୍ୟାଗ କରିଥିଲେ । ଏହା ପରେ ଅଖିଲେଶ ଯାଦବ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଏବଂ ଉତ୍ତରପ୍ରଦେଶ ରାଜ୍ୟ ଶିଳ୍ପ ବିକାଶ ନିଗମର ଅଧ୍ୟକ୍ଷ ପଦରେ ନିଯୁକ୍ତ କରିଥିଲେ । ଜୟା ବଚ୍ଚନ ସମାଜବାଦୀ ପାର୍ଟି ନିରନ୍ତର ଭାବେ ମହିଳାମାନଙ୍କୁ ପ୍ରତିନିଧିତ୍ୱ ପ୍ରଦାନ କରି ଆସୁଛି । ଏହି କ୍ରମରେ ୨୦୦୪ ମସିହା ପରଠାରୁ ବିଶିଷ୍ଟ ଅଭିନେତ୍ରୀ ଜୟା ବଚ୍ଚନଙ୍କୁ ଦଳ ରାଜ୍ୟସଭା ପଠାଉଛି । ଚଳିତ ବର୍ଷ ତାଙ୍କୁ ୫ମ ଥର ପାଇଁ ରାଜ୍ୟସଭା ପ୍ରାର୍ଥୀ ଭାବରେ ଘୋଷଣା କରାଯାଇଛି ।






More Stories
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..
ଛାତ୍ରୀଛାତ୍ରଙ୍କୁ ଟିପ୍ସ ଦେଲେ ମୋଦି…..