ରିପୋର୍ଟ କାର୍ଡ / ମୁମ୍ବାଇ
ସାଉଥ୍ ଅଭିନେତ୍ରୀ ସମନ୍ଥା ରୁଥ୍ପ୍ରଭୁ କାମରୁ ବ୍ରେକ୍ ନେଇ ଛୁଟି ମନାଇବାକୁ ଉତ୍ତରାଖଣ୍ଡର ଋଷିକେଶ ଯାଇଛନ୍ତି। ଏହି ସୁଖଦ ସମୟର ଫଟୋଗୁଡ଼ିକୁ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଯାହା ଖୁବ୍ ଭାଇରାଲ ହେଉଛି। ହୋଟେଲର ସୁଇମିଂ ପୁଲ୍ ଠାରୁ ଆରମ୍ଭ କରି ମାଙ୍କଡ଼, ଗଛ, କୁକୁର, ରସ୍କିନ୍ ବଣ୍ଡ୍ ପରି ଫଟୋ ସବୁ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ପାହାଡ଼ ଉପରେ କିଛି ସମୟ କାଟିଥିବାର ଫଟୋ ମଧ୍ୟ ଶେୟାର କରିଛନ୍ତି।

ସ୍ବାମୀ ନାଗା ଚୈତନ୍ୟଙ୍କଠାରୁ ସମନ୍ଥା ଛାଡ଼ପତ୍ର ନେଇସାରିଛନ୍ତି। ଏ ବିଷୟରେ ସେ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକମାନଙ୍କୁ ଜଣାଇଥିଲେ। ସେ ଲେଖିଥିଲେ, ବହୁତ ଭାବି ଚିନ୍ତି ମୁଁ ଏବଂ ଚୈତନ୍ୟ ଛାଡ଼ପତ୍ର ନେବାକୁ ନିଷ୍ପତ୍ତି ନେଇଛୁ।

ଆମେ ଭାଗ୍ୟଶାଳୀ କି ୧୦ ବର୍ଷ ଧରି ଆମର ବନ୍ଧୁତା ଥିଲା। ଆଗକୁ ଭଲ ବନ୍ଧୁ ହୋଇ ରହିବୁ। ମୋର ପ୍ରଶଂସକମାନଙ୍କୁ ଅନୁରୋଧ ଏହି କଷ୍ଟ ସମୟରେ ମୋତେ ସମର୍ଥନ କରନ୍ତୁ। ଆଗକୁ ବଢ଼ିବା ପାଇଁ ସାହସ ଦିଅନ୍ତୁ।






More Stories
ଅଭିଜିତ୍ ମଜୁମଦାରଙ୍କ ପରଲୋକ…..
ଅପରାଜିତାଙ୍କୁ ବସନ୍ତ ନାୟକ ସ୍ମୃତି ସମ୍ମାନ…..
ଟିକସ ଛାଡ଼ ହେଲା “ଧୁରନ୍ଧର”…..