ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆମ ଶାମ୍ବ ଦଶମୀ ପର୍ବ ସୂର୍ଯ୍ୟ ଦେବତାଙ୍କ ପୂଜା । ଘରେଘରେ ଲୋକେ ଏଇ ପର୍ବକୁ ଶମ୍ବର ଦଶମୀ ଭାବେ ପାଳନ କରନ୍ତି। ପୌରାଣିକ କିମ୍ବଦନ୍ତୀ ଅନୁସାରେ, କୃଷ୍ଣଙ୍କ ପୁତ୍ର ଶାମ୍ବ ଅଭିଷପ୍ତ ହୋଇ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇଥିଲ । ତେବେ ଚନ୍ଦ୍ରଭାଗାରେ ବୁଡ଼ ପକାଇବା ସହ ସୂର୍ଯ୍ୟ ଦେବତାଙ୍କ ଆରାଧନା କରିବା ପରେ ସେ କୁଷ୍ଠ ରୋଗରୁ ଭଲ ହୋଇଥିଲେ । ସୂର୍ଯ୍ୟ ଦେବତାଙ୍କ ପୂଜା ଲାଗି ଆଜି ଘରେ ବିଭିନ୍ନ ପ୍ରକାରର ପିଠା ପ୍ରସ୍ତୁତ କରିବା ସହ ଘାଣ୍ଟ ତରକାରୀ କରି ସୂର୍ଯ୍ୟଦେବତାଙ୍କ ପୂଜାର୍ଚ୍ଚନା କରାଯାଏ । ହିନ୍ଦୁ ଘରର ନାରୀମାନେ ନିଜ ପିଲାର ମଙ୍ଗଳ, ଦୀର୍ଘ ଜୀବନ କାମନା କରି ଶାମ୍ବ ଦଶମୀରେ ସୂର୍ଯ୍ୟଙ୍କୁ ପୂଜା କରିଥାନ୍ତି। ଶାମ୍ବ ଦଶମୀରେ ସୂର୍ଯ୍ୟ ଦେବତାଙ୍କୁ ଆରାଧନା ସହ ତିନୋଟି ଧୂପ କରି ପୂଜା କରାଯାଏ। ପ୍ରଥମ ଧୂପଟି ବ୍ରାହ୍ମ ମୁହୂର୍ତ୍ତରେ ହୁଏ। ଦ୍ବିତୀୟ ଧୂପଟି ଦିବା ୧୨ ଘଟିକା ସମୟରେ କରାଯାଇଥାଏ। ଏହି ଧୂପରେ ଯାଉ, ଖେଚେଡ଼ି ଇତ୍ୟାଦି ପୂଜା ନୈବେଦ୍ୟ ବଢ଼ାଯାଏ। ତୃତୀୟ ଧୂପଟି ସୂର୍ଯ୍ୟାସ୍ତ ବା ଗୋଧୂଳି ବେଳାରେ ସମାପିତ ହୁଏ। ଏହି ଧୂପଟିରେ ପିଠାପଣା ଇତ୍ୟାଦି କରି ପୂଜା କରାଯାଏ। ଆଜି କୋଣାର୍କରେ ସୂର୍ଯ୍ୟ ରଥ ଯାତ୍ରା ଅନୁଷ୍ଠିତ ହେବ । ହୋମ ଓ କଳସ ସ୍ଥାପନ ପରେ ସୂର୍ଯ୍ୟ ଦେବତାଙ୍କ ବିଗ୍ରହକୁ ରଥାରୁଢ କରାଯିବ । ପରେ ରଥ ଉପରେ ୧୦୮ କାକରା, ବରା ଓ ପୋଡ଼ପିଠା ଲାଗି ହେବ । ଏହି ରଥ ୨୭ ଦିନ ପର୍ଯ୍ୟନ୍ତ ଚନ୍ଦ୍ରଭାଗାରେ ରହି ୨୭ ନକ୍ଷତ୍ରରେ ପୂଜାର୍ଚ୍ଚନା ପରେ ମାଘ ସପ୍ତମିରେ ବାହୁଡା ଯାତ୍ରା ଅନୁଷ୍ଠିତ ହେବ ।
More Stories
ବିଭିନ୍ନ ସ୍ତରରୁ ଧନରାଶି ପ୍ରାପ୍ତ ହେବେ…..
ଆହାର ତୃପ୍ତିଦାୟକ ହେବ….
ରାଶିଫଳ……