ରିପୋର୍ଟ କାର୍ଡ / ସମ୍ବଲପୁର
ପଶ୍ଚିମ ଓଡ଼ିଶାର ଜଣେ ମନ୍ତ୍ରୀଙ୍କ ପୁଅଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ ହେଉଥିବା ନେଇ ଚର୍ଚ୍ଚା ହେଉଛି। ଏହି ଭିଡିଓ ମୋବାଇଲରୁ ମୋବାଇଲ ଘୂରି ବୁଲୁଛି । କୁହାଯାଉଛି ଯେ ଅଢ଼େଇ ମିନିଟ୍ର ଏହି ଭିଡିଓ ମନ୍ତ୍ରୀଙ୍କ ରାଜଧାନୀସ୍ଥିତ ସରକାରୀ ବାସଭବନରେ ରେକର୍ଡ ହୋଇଛି। ତେବେ ମନ୍ତ୍ରୀ ପୁଅଙ୍କ ସହିତ ଅନୈତିକ ସଂପର୍କରେ ଥିବା ଏହି ଯୁବତୀ ଜଣକ କିଏ, ତାହା ଜଣାପଡ଼ି ନାହିଁ। ଯୁବତୀଙ୍କ ଜ୍ଞାତସାରରେ କେହି ଗୋପନରେ ଏହି ଭିଡିଓ ପ୍ରସ୍ତୁତ କରିଥିବା କୁହାଯାଉଛି। କିଏ ଓ କେଉଁ ଉଦ୍ଦେଶ୍ୟରେ ଏହି ଭିଡିଓ ଭାଇରାଲ କରିଛି, ତାହା ଜଣାପଡ଼ିନାହିଁ।






More Stories
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..
୨୩ ଜିଲ୍ଲା ପାଇଁ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଘୋଷଣା…..