ରିପୋର୍ଟ କାର୍ଡ / ସମ୍ବଲପୁର
ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଜରାବଗା ପଞ୍ଚାୟତର ଲପଡ଼ା ଗାଁରେ ପ୍ରାୟ ୩ ବର୍ଷ ପୂର୍ବରୁ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା ମାମଲାର ରାୟ ଆଜି ପ୍ରକାଶ ପାଇଛି। କୁଚିଣ୍ଡା ଏଡିଜେ ରାଜକିଶୋର ଲେଙ୍କା ହତ୍ୟାକାଣ୍ଡର ମୁଖ୍ୟ ଅପରାଧୀ ତଥା ନବୀନ ଦେହୁରୀକୁ ଫାଶୀ ଓ ପୁଅ ହେମାନନ୍ଦ ଓରଫ ମଣ୍ଟୁକୁ ଆଜୀବନ ଦଣ୍ଡାଦେଶ ଦେଇଛନ୍ତି। ଳଗଡ଼ା ଗାଁର ୨୦ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି କୋର୍ଟ ଉଭୟ ବାପା ଓ ପୁଅଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ଓକିଲ ରବୀନ୍ଦ୍ର ନାୟକ ମାମଲାର ପରିଚାଳନା କରୁଥିଲେ। ଉଲ୍ଲେଖ ଯୋଗ୍ୟ- ୨୦୨୦ ଅକ୍ଟୋବର ୨୧ ରେ ଲପଡ଼ା ଗାଁର ଗିରିଧାରୀ ପୂର୍ବରୁ କାଟି ରଖିଥିବା ଧାନକୁ ଆଣିବା ପାଇଁ ବିଲକୁ ଯାଇଥିଲେ। କିଛି ସମୟ ପରେ ନବୀନ ଦେହୁରୀ ଓ ତା ପୁଅ ମଣ୍ଟୁ ଦେହୁରୀ ଟାଙ୍ଗିଆ ଧରି ବିଲ ଅଭିମୁଖେ ଯିବା ଗାଁ ଲୋକେ ଦେଖିଥିଲେ। ସେଠାରେ ଗିରିଧାରୀଙ୍କୁ ନବୀନ ଓ ମଣ୍ଟୁ ଟାଙ୍ଗିଆରେ ହାଣି ହତ୍ୟା କରି ବିଲରେ ଫୋପାଡ଼ି ଦେଇଥିଲେ।ଏହାପରେ ସେମାନେ ଗାଁକୁ ଫେରି ଗିରିଧାରୀଙ୍କ ପତ୍ନୀ ସାବିତ୍ରୀ ସାହୁ ଓ ତାଙ୍କ ମା’ ପୀରବତୀଙ୍କୁ ନୃଶଂସଭାବେ ହାଣି ପକାଇଥିଲା। ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଥିଲା |






More Stories
ବିଧାନସଭାରେ କୋକେଇ ଶୋଭାଯାତ୍ରା…..
ସ୍ବତନ୍ତ୍ର ଶାସନ ସଚିବ ବୁଝିବେ…..
ପୁଣି SCB ମେଡିକାଲରେ ଅଘଟଣ: ଜଳିଲା….