Report Card Odisha

| Daily Odia News

ରକେଟରୁ ଆପାର୍ଟମେଣ୍ଟରେ ଲାଗିଲା ନିଆଁ……

ରିପୋର୍ଟ କାର୍ଡ / ସମ୍ବଲପୁର

ଦୀପାବଳିରେ ଅନେକ ଜାଗାରେ ଅଘଟଣ ଖଟିଛି | ରକେଟ ବାଣରୁ ଆପାର୍ଟମେଣ୍ଟରେ ଲାଗିଗଲା ନିଆଁ। ଘଟଣା ଘଟିଛି ସମ୍ବଲପୁର ସହର କ୍ଷେତରାଜପୁରର ଶ୍ୟାମ ବାଟିକା ଆପାର୍ଟମେଣ୍ଟରେ। ସୌଭାଗ୍ୟ ବଃଶତ ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ। ଗତକାଲି କୌଣସି ସ୍ଥାନରୁ ଏକ ରକେଟ ବାଣ ଆସି ଆପାର୍ଟମେଣ୍ଟର ତୃତୀୟ ମହଲାରେ ମାଡ଼ ହୋଇଥିଲା। ଫଳରେ ସେଠାରେ ନିଆଁ ଲାଗି ଯାଇଥିଲା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ। ହେଲେ ନିଆଁ ଲାଗିବା ସମୟରେ ତୃତୀୟ ମହଲାରେ କେହି ନଥିଲେ। ଦୀପାବଳି ପାଇଁ ସମସ୍ତେ ବାହାରକୁ ଯାଇଥିଲେ। ନିଆଁରେ ଆସବାବପତ୍ର ଗୁଡ଼ିକ ପୋଡ଼ି ନଷ୍ଟ ହୋଇଯାଇଛି। ସେହିପରି ସମ୍ବଲପୁର ଜିଲ୍ଲାରେ କ୍ଷେତରାଜପୁରରେ ଅଳିଆଗଦାରେ ଅଗ୍ନିକାଣ୍ଡ ଘଟିଥିଲା। ବାଣ ନିଆଁରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିବା ଜଣାପଡିଛି |

Breaking News