ରିପୋର୍ଟ କାର୍ଡ / ସମ୍ବଲପୁର
ଜଣେ କବାଡି ବାଲାଙ୍କର ମୋବାଇଲ ଲୁଟ୍ ପାଇଁ ବିଭତ୍ସ ହତ୍ୟା ହୋଇଛି। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଅଞ୍ଚଳରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ଗତ ୭ ତାରିଖ ଦିନ ମହମ୍ମଦ ଫିରୋଜଙ୍କୁ କିଛି ଯୁବକ କବାଡି ସମାଗ୍ରୀ ଥିବା ନେଇ ଫୋନରେ ଜଣାଇଥିଲେ। ତାଙ୍କୁ କର୍ତ୍ତବାଗା ଥାନା ଅଞ୍ଚଳରେ ଥିବା ଏକ ଜଙ୍ଗଲକୁ ଡାକିଥିଲେ। ପୂର୍ବ ଯୋଜନା ମୂତାବକ ଦୁଇ ଅଭିଯୁକ୍ତ ଫିରୋଜଙ୍କୁ ଏକ ବାଡିରେ ପ୍ରବଳ ମାଡ ମାରିଥିଲେ। ସେଠୁ ଦୌଡି ଯିବାକୁ ଚେଷ୍ଠା କରିବା ବେଳେ ଫିରୋଜ ଏକ ଗାତରେ ପଡି ଯାଇଥିଲେ। ଅଭିଯୁକ୍ତମାନେ ତାଙ୍କ ମୁଣ୍ଡକୁ ଏକ ପଥରରେ ଛେଚି ହତ୍ୟା କରିବା ପରେ ପାଖରେ ପୋତି ଦେଇଥିଲେ। ଫିରୋଜଙ୍କ ମୋବାଇଲ ନେଇ ଅଭିଯୁକ୍ତମାନେ ଚମ୍ପଟ ମାରିଥିଲେ। ପୋଲିସ ଫିରୋଜଙ୍କ କଲ ଡିଟେଲ୍ସ ରେକର୍ଡ ଯାଂଚ ପରେ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବା ପରେ ପୁରା ମାମଲା ସାମ୍ନାକୁ ଆସିଛି | ପୋଲିସ ମୃତଦେହକୁ ଉଦ୍ଧାର କରିବା ସହ ଅଧିକ ତଦନ୍ତ କରୁଛି।






More Stories
ଝଡ଼ ବର୍ଷା:୮ ଜିଲ୍ଲାକୁ ୟେଲୋ ଓ୍ବାର୍ନିଂ…..
ବିଜେଡିରେ ମିଶିଲେ ରଘୁନାଥ ମହାନ୍ତି-ଜୀବନ ପ୍ରଦୀପ….
୨ରୁ ଯୁକ୍ତ ଦୁଇ ଖାତାଦେଖା…..