ରିପୋର୍ଟ କାର୍ଡ / ସମ୍ବଲପୁର
ହୀରାକୁଦ ଡ୍ୟାମ୍ ଝାଙ୍କରାଣୀ ନିକଟରେ ଭାସିଯାଇଥିବା ଆଉ ଜଣେ ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର ହୋଇଛି । ମହେଶ ଚିତ୍ତୁରି ନାମକ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ସୋମବାର ସକାଳୁ ଓଡ୍ରାଫ୍, ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ । ପ୍ରଥମେ ସକାଳୁ ଅଗ୍ନିଶମ ବାହିନୀ ଅଭିଷେକ କୁମାରଙ୍କ ମୃତଦେହ ଉଦ୍ଧାର କରିଥିଲେ । ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ମହେଶ ଚିତ୍ତୁରିଙ୍କ ମୃତଦେହ ଉଦ୍ଧାର ହୋଇଛି । ଉଲ୍ଲେଖଯୋଗ୍ୟ ଯେ, ରବିବାର ହୀରାକୁଦ ଡ୍ୟାମ୍କୁ ଗାଧୋଇବାକୁ ଆସି ଦୁଇ ଜଣ ଭାସିଯାଇ ନିଖୋଜ ହୋଇଯାଇଥିଲେ । ଜଣେ ଅଳ୍ପକେ ବର୍ତ୍ତିଯାଇଥିଲେ । ସମସ୍ତେ ଏମସିଏଲର ମ୍ୟାନେଜର ର୍ୟାଙ୍କର ଅଧିକାରୀ ବୋଲି ପୋଲିସ କହିଛି ।






More Stories
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..