ରିପୋର୍ଟ କାର୍ଡ / ସମ୍ବଲପୁର
ପାଟ୍ରୋଲିଂ ବେଳେ ପୋଲିସ କାର୍ରୁ ଗଞ୍ଜେଇ ସହ ବୋମା ଜବତ କରିଛି | ଏପରି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲାରେ। ଗତକାଲି ରାତିରେ ଠେଲକୁଲି ପୋଲିସ ସମ୍ବଲପୁର-ଝାରସୁଗୁଡ଼ା ରାସ୍ତାର ଖିଣ୍ଡା ଛକ ନିକଟରେ ପାଟ୍ରୋଲିଂ କରୁଥିଲା । ସେହି ବାଟରେ ଯା’ଆସ କରୁଥିବା ଗାଡ଼ି ଗୁଡ଼ିକୁ ଯାଞ୍ଚ ମଧ୍ୟ କରୁଥିଲେ। ଏହି ସମୟରେ ଏହି କାର୍ ସେହି ରାସ୍ତା ଦେଇ ଯାଉଥିଲା। ହେଲେ ପୋଲିସ କୁ ଦେଖି ଡ୍ରାଇଭର କିଛି ଦୂରରେ ଗାଡ଼ି ରଖି ନିକଟସ୍ଥ ଜଙ୍ଗଲକୁ ଦୌଡ଼ି ପଳାଇଥିଲେ। ପରେ ପୋଲିସ କାର୍କୁ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ କାର୍ରୁ ଗଞ୍ଜେଇ ସହିତ ବୋମା ମିଳିଥିଲା। କାର୍ରେ ବୋମା ଦେଖି ପୋଲିସକର୍ମଚାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବୋମାକୁ ନିଷ୍କ୍ରିୟ କରିବାପାଇଁ ବୋମା ନିଷ୍କ୍ରିୟକାରୀ ଟିମ୍କୁ ଖବର ଦିଆଯାଇଥିଲା | ପୋଲିସ ଏହି ଘଟଣାର ତଦନ୍ତ କରୁଛି।






More Stories
ଡାଲମା ହାଣ୍ଡିରେ ବିଷାକ୍ତ ସାପ,୩୦ ଅସୁସ୍ଥ …..
ଫାଟିଲା ଗ୍ୟାସ୍ ସିଲିଣ୍ଡର; ଜଳିଲା ବଜାର….
ତହସିଲ୍ଦାରଙ୍କ ଘରେ ଭିଜିଲାନ୍ସ ରେଡ଼…..