ରିପୋର୍ଟ କାର୍ଡ / ସମ୍ବଲପୁର
ନିଆଁ ଲିଭାଇବାକୁ ଯାଇ ୪ ଅଗ୍ନିଶମ କର୍ମଚାରୀ ଗୁରୁତର । ହଠାତ୍ ଏକ ଗ୍ୟାସ୍ ସିଲିଣ୍ଡର ଫାଟିବାରୁ ନିଆଁରେ ପୋଡ଼ି ହୋଇ ୪ ଅଗ୍ନିଶମ କର୍ମଚାରୀ ଗୁରୁତର ହୋଇଛନ୍ତି । ଏପରି ଦୁଃଖଦ ଘଟଣା ଘଟିଛି ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ଜିଲ୍ଲା ଚାଉଁରପୁର ଅଞ୍ଚଳରେ | ଏକ ଦୋକାନରେ ନିଆଁ ଲାଗିବାରୁ ଅଗ୍ନିଶମ ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ଦୋକାନରେ ଲାଗିଥିବା ନିଆଁ ଲିଭାଇବାକୁ କର୍ମଚାରୀ ପ୍ରୟାସରତ ଥିବା ବେଳେ ତାହା ଭିତରେ ଥିବା ଏକ ଗ୍ୟାସ୍ ଟାଙ୍କି ହଠାତ୍ ବିସ୍ଫୋରଣ ହୋଇଥିଲା। ଫଳରେ ନିଆଁ ଲିଭା କାମରେ ନିୟୋଜିତ ଥିବା ୪ କର୍ମଚାରୀ ଗୁରୁତର ହୋଇ ପଡ଼ିଛନ୍ତି।






More Stories
ସ୍ବର୍ଣ୍ଣ ଜିତିଲେ ମୀରାବାଈ ଚାନୁ…..
ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି……
ସୁଶାନ୍ତଙ୍କ ବିୟୋଗରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ,ନବୀନ…..