Report Card Odisha

| Daily Odia News

ଟ୍ରକ୍‌-ଏସଆରଟିସି ବସ୍‌ ଧକ୍କା , ୮ ଆହତ…..

ରିପୋର୍ଟ କାର୍ଡ / ସମ୍ବଲପୁର

ଟ୍ରକ୍‌କ ଓଏସଆରଟିସି ବସ୍‌ ଧକ୍କା ହୋଇ ୮ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ ବାଇପାସ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ଆହତଙ୍କ ମଧ୍ୟରେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ଡାକ୍ତରଖାନାରେରେ ଭର୍ତ୍ତି କରାଯାଇଛି। ଗତକାଲି ରାତି ପ୍ରାୟ ୩ଟା ସମୟରେ ଓଏସଆରଟିସି ବସ୍‌ଟି ପ୍ରାୟ ୨୫ ଜଣ ଯାତ୍ରୀଙ୍କୁ ନେଇ କେନ୍ଦୁଝରରୁ ବଲାଙ୍ଗିର ଅଭିମୁଖେ ଯାଉଥିଲା। ଏହି ସମୟରେ ବାଇପାସ ରାସ୍ତାରେ ବସ୍‌ଟି ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକ୍‌କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଡ୍ରାଇଭର ସମେତ ୮ ଜଣ ଯାତ୍ରୀ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଜମନକିରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ବସ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି। ଏ

Breaking News