ରିପୋର୍ଟ କାର୍ଡ / ସମ୍ବଲପୁର
ସମ୍ବଲପୁର କଣ୍ଟାପାଲିରେ ହାଇଓ୍ବା ମଡାଇ ଦୁଇ ବିଜେପି ନେତାଙ୍କୁ ହତ୍ୟା ମାମଲାରେ ସତ ଓଗାଳିବ ଅଭିଯୁକ୍ତ। ଆଜିଠୁ ଅଭିଯୁକ୍ତ ଡ୍ରାଇଭରକୁ ୩ ଦିନିଆ ରିମାଣ୍ଡରେ ନେଇ ପୋଲିସ ଜେରା କରିବ। ଗିରଫ ଅଭିଯୁକ୍ତ ଡ୍ରାଇଭର ପ୍ରସନ୍ନ ଜେନାମଣି ବାରମ୍ବାର ନିଜ ବୟାନ ବଦଳାଉଛି। କେତେବେଳେ ସେ ଜାଣିଶୁଣି କିଛି କରି ନଥିବା କହୁଥିବାବେଳେ ଅନ୍ୟ ଗାଡ଼ି ସହ ଝଗଡ଼ା ହୋଇଥିବାରୁ ଏହି ଗାଡ଼ିକୁ ଧକ୍କା ଦେଇଥିବା ପରି ବକ୍ତବ୍ୟ ବେଳେବେଳେ ଦେଉଛି। ଏହା ସହ ଆଖି ଲାଗି ଯାଇଥିବା, ଗାଡ଼ି ଭାରସାମ୍ୟ ହରାଇଥିବା ପରି ବାରମ୍ବାର ବୟାନ ବଦଳାଉଛି। ତେଣୁ ତା ମୁହଁରୁ ଗୋଟି ଗୋଟି ସତ ବାହାର କରିବାକୁ ୭ ଦିନିଆ ରିମାଣ୍ଡ ଆବେଦନ ହୋଇଥିଲା। ହେଲେ ୩ ଦିନ ରିମାଣ୍ଡ ପାଇଁ ଜେଏମଏଫସି କୋର୍ଟ ଅନୁମତି ଦେଇଛନ୍ତି।






More Stories
ପାନ ମସଲାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ…..
ରାଷ୍ଟ୍ରପତିଙ୍କ ଗସ୍ତ:୩୦ ପ୍ଲାଟୁନ ଫୋର୍ସ ମୁତୟନ…..
କ୍ୟାବିନେଟ ବୈଠକରେ ୧୨ ପ୍ରସ୍ତାବକୁ ମଞ୍ଜୁରୀ…..