ରିପୋର୍ଟ କାର୍ଡ / ଅନୁଗୁଳ
ଅନୁଗୁଳ ଷ୍ଟେସନରୁ ଆଜି ଗଡ଼ିଛି ସମ୍ବଲପୁର- ଶାଲିମାର ଟ୍ରେନ୍। ମହିମା ଗୋସାଇଁଙ୍କ ନାମରେ ନାମିତ ହୋଇଛି ଏହି ଟ୍ରେନ୍। ଏହି ଟ୍ରେନ୍ ସମ୍ବଲପୁରରୁ ଅନୁଗୁଳ ଦେଇ ହାୱଡ଼ାକୁ ସଂଯୋଗ କରିବ। ଆଜି ଅନୁଗୁଳ ଷ୍ଟେସନରେ ପତାକା ଦେଖାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କୋଇଲା, ଖଣି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍ ଚଳାଚଳ ଫଳରେ ଅନୁଗୁଳବାସୀ ବିଶେଷ ଭାବେ ଉପକୃତ ହେବେ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି।






More Stories
ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ଗଣତି ମଣତି….
ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ଼…..
୧୦ ପରେ ବଢିବ ତାତି…..