Report Card Odisha

| Daily Odia News

ବିଜେଡି ଛାଡ଼ିଲେ ସମୀର ଦାଶ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିଜେଡି ଛାଡିଛନ୍ତି | ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ଦଳ ଛାଡ଼ିଥିବା ନେଇ ଭିଡିଓ ବାର୍ତ୍ତା ମାଧ୍ୟମରେ ସୂଚନା ଦେଇଛନ୍ତି ସମୀର। ଏଥିରେ ସେ ଦଳ ଛାଡ଼ିବାର କାରଣ ସଂପର୍କରେ କହିଛନ୍ତି। ସେ କହିଛନ୍ତି, ୨୦୦୬ ମସିହାରୁ ବିଜୁ ଜନତା ଦଳର ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା ଭାବରେ କାର୍ଯ୍ୟ କରିଆସୁଛି। ଆଜିର ଦିନରେ ରାଜ୍ୟ ବିଜୁ ଜନତା ଦଳର ନେତା ମୋ ଉପରେ ଆସ୍ଥା ହରାଇଛନ୍ତି। ନିମାପଡ଼ା, ଗୋପ ବିଜେଡି ସଂଗଠନ ଉପରେ ଆସ୍ଥା ହରାଇଛନ୍ତି। ନେତା ଯେହେତୁ ମୋ ଉପରେ ଆସ୍ଥା ହରାଇଛନ୍ତି, ତେଣୁ ଦଳରେ ରହିବା ମୋ ପାଇଁ ସମୀଚୀନ ହେଉ ନାହିଁ। ସୁତରାଂ ଦଳର ପ୍ରାଥମିକ ପଦରୁ ଆଜି ଇସ୍ତଫା ଦେଉଛି। ସମୀର ରଞ୍ଜନ ଦାଶ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଆଗରୁ ସେ ୧୯୯୮ରୁ ୨୦୦୬ ଯାଏ ବିଜେପିରେ ଥିଲେ।

Breaking News