Report Card Odisha

| Daily Odia News

ସମୀର ୱାଂଖେଡ଼େଙ୍କୁ ହତ୍ୟା ଧମକ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଏନ୍‌ସିବିର ପୂର୍ବତନ ଅଧିକାରୀ ସମୀର ୱାଂଖେଡ଼େଙ୍କୁ ହତ୍ୟା ଧମକ ଦିଆଯାଇଛି। ‘ଅମନ୍’ ନାମରେ ଗୋଟାଏ ‘ଟୁଇଟର୍‌’ ହ୍ୟାଣ୍ଡଲ୍‌ ଅଗଷ୍ଟ ୧୪ ତାରିଖ ଦିନ ସମୀର ୱାଂଖେଡ଼େଙ୍କ ନିକଟକୁ ଧମକ ମେସେଜ୍‌ ପଠାଇଛି। ପଠାଇଥିବା ମେସେଜ୍‌ ରେ ବ୍ୟକ୍ତିଜଣକ ଲେଖିଛନ୍ତି, ଜାଣ, ତୁମେ କ’ଣ କରିଛ, ତୁମକୁ ତାହାର ହିସାବ ଦେବାକୁ ପଡ଼ିବ। (ତୁମ୍‌କୋ ପତା ହୈ ତୁମ୍‌ନେ କ୍ୟା କିୟା ହୈ, ଇସ୍‌କା ହିସାବ୍‌ ତୁମ୍‌କୋ ଦେନା ପଡ଼େଗା । ଅନ୍ୟ ଏକ ବାର୍ତ୍ତାରେ ଲେଖାଯାଇଛି, ଆପଣଙ୍କୁ ଶେଷ କରିଦେବୁ। ସାମାଜିକ ଗଣମାଧ୍ୟମରେ ଏଭଳି ଧମକ ପୂର୍ଣ୍ଣ ମେସେଜ୍‌ ପାଇବା ପରେ, ସମୀର ୱାଂଖେଡ଼େ ଗୋରେଗାଓଁ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଗୁରୁବାର ଦିନ ୱାଂଖେଡ଼େଙ୍କ ବୟାନ ରେକର୍ଡ କରାଯାଇଛି ଏବଂ ପୋଲିସ ‘ଏଫ୍‌ଆଇଆର୍‌’ ପଞ୍ଜିକରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ହତ୍ୟା ଧମକ ଆସିଥିବା ଉକ୍ତ ‘ଟୁଇଟର୍‌’ ହ୍ୟାଣ୍ଡଲ୍‌ର କୌଣସି ଫଲୋୟର୍ସ ନାହାନ୍ତି। କେବଳ ଧମକ ଦେବା ଉଦ୍ଦେଶ୍ୟରେ ହିଁ ଉକ୍ତ ଆକାଉଣ୍ଟ୍‌ ଖୋଲା ଯାଇଥିବା ନେଇ ପୋଲିସ ସନ୍ଦେହ କରୁଛି |

 

Breaking News