ରିପୋର୍ଟ କାର୍ଡ / ପୁରୀ
ମଙ୍ଗଳବାର ପୁରୀ ସମୁଦ୍ରରେ ଗାଧୋଇବା ବେଳେ ୫ ଜଣ ପର୍ଯ୍ୟଟକ ଭାସି ଯାଇଥିଲେ। ସେଥିରୁ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଚାରି ଜଣଙ୍କୁ ଉଦ୍ଧାର କରାଯାଇଛି ଚିକିତ୍ସାପାଇଁ ମେଡିକାଲରେ ଭର୍ତ୍ତିକରଯାଇଛି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି। ମୃତ ଦେହ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। କାଲି ପୂର୍ଣ୍ଣିମା ଥିବାରୁ ଆଜି ସମୁଦ୍ର ଅଶାନ୍ତ ଏବଂ ଅଧିକ ଜୁଆରିଆ ରହିଛି। ମୃତ ପର୍ଯ୍ୟଟକଙ୍କ ନାମ ଅନୁପମ ମଣ୍ଡଳ ଏବଂ ବୟସ ୧୬ ବୋଲି ପୋଲିସ ସୂଚନା ଦେଇଛି। ତାଙ୍କ ଘର ପଶ୍ଚିମବଙ୍ଗର ହାଓଡ଼ା ଅଞ୍ଚଳରେ ବୋଲି ଜଣା ପଡିଛି।ଅନ୍ୟପକ୍ଷରେ ଏବେ ଆଉ ଜଣେ ପର୍ଯ୍ୟଟକ ଭାସି ଯାଇଥିବା ସୂଚନା ମିଳିଛି। ତାଙ୍କୁ ଉଦ୍ଧାର କରିବା ପାଇଁ ଲାଇଫ ଗାର୍ଡ ଉଦ୍ୟମ ଚଳାଇଛନ୍ତି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….