ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସନାତନ ଧର୍ମ ଆମ ଜାତୀୟ ଧର୍ମ ହୋଇଥିବାରୁ ପ୍ରତ୍ୟେକ ଭାରତୀୟ ସେଥି ପ୍ରତି ସମ୍ମାନ ପ୍ରଦର୍ଶନ କରିବା ଉଚିତ | ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜସ୍ଥାନର ବିଗ୍ରହ ସ୍ଥାପନ ଉତ୍ସବ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି। ଯୋଗୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଯେ, ଅପବିତ୍ରୀକରଣ ହୋଇଥିବା କିଂବା ଧ୍ବଂସ କରାଯାଇଥିବା ଧର୍ମପୀଠଗୁଡ଼ିକୁ ଅଯୋଧ୍ୟାର ରାମ ମନ୍ଦିର ଭଳି ପୁନଃସଂସ୍ଥାପନ କରିବା ଲାଗି ଅଭିଯାନ ଚଳାନ୍ତୁ। ସେ ଆହୁରି ମଧ୍ୟ କହିଛନ୍ତି, ସନାତନ ଧର୍ମ ହେଉଛି ଭାରତର ରାଷ୍ଟ୍ରୀୟ ଧର୍ମ। ଆମେ ସ୍ବାର୍ଥରୁ ଊର୍ଦ୍ଧ୍ବକୁ ଉଠି ପାରିଲେ ରାଷ୍ଟ୍ରୀୟ ଧର୍ମ ସହିତ ଯୋଡ଼ି ହୋଇଯାଉ। ଜାତୀୟ ଧର୍ମ ସହିତ ଯୋଡ଼ି ହୋଇପାରିଲେ ଆମ ଦେଶ ସୁରକ୍ଷିତ ରହିବ। ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍ ରୁଦ୍ରାକ୍ଷ ଚାରା ରୋପଣ କରିଥିଲେ। ସେ ପୁଣି କହିଛନ୍ତି, ଐତିହ୍ୟ ପ୍ରତି ସମ୍ମାନ ପ୍ରଦର୍ଶନ କରି ତାହାକୁ ସଂରକ୍ଷଣ କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ସମଗ୍ର ଦେଶବାସୀଙ୍କୁ ଶପଥ କରାଇଛନ୍ତି। ୧୪୦୦ ବର୍ଷ ପରେ ପ୍ରଭୁ ନୀଳକଣ୍ଠଙ୍କ ମନ୍ଦିର ପୁନଃରୁଦ୍ଧାର କରାଯିବା ଐତିହ୍ୟ ପ୍ରତି ସମ୍ମାନ ଓ ସୁରକ୍ଷାର ପ୍ରକୃଷ୍ଟ ଉଦାହରଣ। ଯୋଗୀ ଆଦିତ୍ୟନାଥଙ୍କ ମନ୍ତବ୍ୟ ଉପରେ ତୁରନ୍ତ ପ୍ରତିକ୍ରିୟା ବ୍ୟକ୍ତ କରି କଂଗ୍ରେସ ନେତା ଉଦିତ ରାଜ ଟୁଇଟ୍ କରି ଲେଖିଛନ୍ତି: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଲେ ସନାତନ ଧର୍ମ ଭାରତର ଜାତୀୟ ଧର୍ମ। ଏହାର ଅର୍ଥ ହେଉଛି ଶିଖ୍, ଜୈନ, ବୌଦ୍ଧ, ଖ୍ରୀଷ୍ଟ ଏବଂ ଇସ୍ଲାମ୍ ଧର୍ମ ନିଃଶେଷ ହୋଇଗଲା।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..