Report Card Odisha

| Daily Odia News

ଭିଜିଲାନ୍ସ ଜାଲରେ ତହସିଲଦାର……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଲାଂଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ । ନଗଦ ୪୫ହଜାର ଟଙ୍କାର ଲାଂଚ ଟଙ୍କା ଜବତ କରାଯାଇଛି । ତାଙ୍କ ନାଁରେ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି । ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ୱରର କଳିଙ୍ଗ ବିହାରସ୍ଥିତ ନିଜ ବାସଭବନ ଆଗରେ ବେଗୁନିଆ ତହସିଲଦାର ତଥା ସବରେଜିଷ୍ଟ୍ରାର ଶ୍ରୀ ମଣ୍ଡଳ ୪୫ହଜାର ଟଙ୍କା ଲାଂଚ ନେବା ସମୟରେ ଭିଜିଲାନ୍ସ ତାଙ୍କୁ ଧରିଥିଲା । ତାଙ୍କଠୁ ସମ୍ପୂର୍ଣ୍ଣ ଲାଂଚ ଟଙ୍କା ଜବତ କରାଯାଇଛି । କେମିକାଲରେ ତାଙ୍କ ହାତ ଧୂଆ ଯାଇ ସେ ଲାଂଚ ଟଙ୍କା ଧରିଥିବାର ପ୍ରମାଣ ମିଳିଛି । ଜଣେ ଅଭିଯୋଗକାରୀଙ୍କ ସୂଚନା ଆଧାରରେ ଭିଜିଲାନ୍ସ ତାଙ୍କୁ ଧରିବା ପାଇଁ ଯୋଜନା କରାଯାଇଥିଲା । ଶ୍ରୀ ମଣ୍ଡଳଙ୍କ ନିଜ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ ଜାରି ରହିଛି ।

Breaking News