ରିପୋର୍ଟ କାର୍ଡ / ଭୁବନେଶ୍ବର
ବିଜେଡିରୁ ଇସ୍ତଫା ଦେଇଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିସନର ପୂର୍ବତନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ। ଆଜି ଏ ନେଇ ନିଜେ ସନ୍ଧ୍ୟାବତୀ ସୂଚନା ଦେଇଛନ୍ତି। ସେ ନିଜର ଇସ୍ତଫା ପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। କହିଛନ୍ତି, ନବୀନ ପଟ୍ଟନାୟକଙ୍କ ପାଖରେ ଆମ କଥା କି ଅଭିଯୋଗ ପହଞ୍ଚି ପାରୁନି। ତାଙ୍କୁ ବ୍ୟକ୍ତିଗତ ସ୍ବାର୍ଥ ଲାଗି ଏକ କୋଟେରି ଗ୍ରୁପ୍ ଘେରିଛନ୍ତି। ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅଧୀନସ୍ଥ ମୁନିନ୍ଦା ନିବାସୀ ସନ୍ଧ୍ୟାବତୀ ପ୍ରଧାନ ପୂର୍ବରୁ ପୁରୀ ଜିଲ୍ଲା ପରିଷଦର ସଦସ୍ୟ ଓ ପରେ ଉପାଧ୍ୟକ୍ଷ ଥିଲେ। ସେ ମଧ୍ୟ ଜିଲ୍ଲା ଯୋଜନା କମିଟିର ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ। ସେ ଡେଲାଙ୍ଗସ୍ଥିତ ଗାଦିବ୍ରହ୍ମ ଡିଗ୍ରି କଲେଜର ପରିଚାଳନା ପରିଷଦରେ କୁଳପତିଙ୍କ ମନୋନୀତ ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି। ଏହା ପୂର୍ବରୁ ସେ ଶିଶୁ ଅଧିକାର ସୁରକ୍ଷା କମିସନର ସଦସ୍ୟ ଓ ପରେ ଅଧ୍ୟକ୍ଷା ଭାବେ ଭାବେ କାର୍ଯ୍ୟ କରିଥିଲେ।






More Stories
ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ…..
ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ…..
କୌଣସି ଲକ୍ଡାଉନ୍ ହେବନି…..