ରିପୋର୍ଟ କାର୍ଡ / ଭୁବନେଶ୍ୱର
ନବ ଦାସ ହତ୍ୟା ଘଟଣାରେ ସାନି ତଦନ୍ତ ଆରମ୍ଭ ହୋଇଛି। ନବଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରାଯାଇଛି। ଗୃହରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ସେମାନେ ନ୍ୟାୟ ଦେଇ ପାରିି ନ ଥିଲେ, ତେଣୁ ଆମକୁ ଲେଖିକି ଦେଲେ ତାଙ୍କ ଘରେ କ୍ରାମବ୍ରାଞ୍ଚ ପହଞ୍ଚି ବୟାନ ରେକର୍ଡ କରିଛି ବୋଲି ଆଇନ ମନ୍ତ୍ରୀ କହିଛନ୍ତି। ନବ ଦାସଙ୍କ ଝାରସୁଗୁଡ଼ା ଘରେ ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ । ନୂଆ ତଦନ୍ତ ଅଧିକାରୀ ଓ ଜଣେ ମହିଳା ଅଧିକାରୀ ପହଞ୍ଚିଲେ। ବୟାନ ରେକର୍ଡ ପାଇଁ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍। ନବ ଦାସ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ କରିଛନ୍ତି ନବ ଦାସଙ୍କ ସ୍ତ୍ରୀ । ସେ ଇ-ମେଲ ଜରିଆରେ ସାକ୍ଷାତକାରର ସମୟ ମାଗିଛନ୍ତି। ଇ-ମେଲ ସହ ପୋଷ୍ଟାଲରେ ମଧ୍ୟ ଏକ ଚିଠି ପଠାଇ ସମୟ ମାଗିଛନ୍ତି ନବ ଦାସଙ୍କ ସ୍ତ୍ରୀ । ସିବିଆଇ ତଦନ୍ତ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଥିବା ଚିଠିରେ ଉଲ୍ଲେଖ ରହିଛି । ଏନେଇ ନବ ଦାସଙ୍କ ପୁଅ ବିଶାଳ ଦାସ ସୂଚନା ଦେଇଛନ୍ତି। ଗତ ୧୧ ତାରିଖରେ ମା’ ଇ-ମେଲ କରିଥିବା ପୁଅ କହିଛନ୍ତି ।
More Stories
ତଦନ୍ତକୁ ସ୍ୱାଗତ କଲା ବିଜେଡି…..
ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ବୟସ ୬ କିମ୍ବା ତଦୁର୍ଦ୍ଧ…..
‘ଆଇନ ତା’ ବାଟରେ ଯିବ: ଆଇନ ମନ୍ତ୍ରୀ…..