ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜ୍ୟସଭା ସାଂସଦ ସଞ୍ଜୟ ଝା ଜେଡିୟୁର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ପାଇଛନ୍ତି | ଦିଲ୍ଲୀରେ ଜେଡିୟୁର ଜାତୀୟ କାର୍ଯ୍ୟନିର୍ବାହୀ ବୈଠକରେ ସଭାପତି ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଣିଥିଲେ ଶ୍ରୀ ଝାଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ କରିବା ପ୍ରସ୍ତାବ | ଏହି ବୈଠକରେ ଜେଡିୟୁ ବିଜେପିର ଚିନ୍ତା ବଢ଼ାଇଦେଇଛି | କେନ୍ଦ୍ର ସରକାରଙ୍କ ଠାରୁ ବିହାର ପାଇଁ ସ୍ୱତନ୍ତ୍ର ବର୍ଗ ମାନ୍ୟତା କିମ୍ବା ସ୍ୱତନ୍ତ୍ର ପ୍ୟାକେଜ୍ ଦାବିରେ ଜେଡିୟୁର ଏହି ବୈଠକରେ ଏକ ସଂକଳ୍ପ ପାରିତ ହୋଇଥିଲା। ବିହାରକୁ ସ୍ୱତନ୍ତ୍ର ମାନ୍ୟତା ଦେବାର ଦାବି ଦୀର୍ଘ ଦିନ ଧରି ହୋଇଆସୁଛି। ଜେଡିୟୁ ବୈଠକରେ ଏହା ସ୍ୱୀକାର କରାଯାଇଛି ଯେ ବିହାର ଦୀର୍ଘ ଦିନ ଧରି ସ୍ୱତନ୍ତ୍ର ମାନ୍ୟତା ପାଇବାକୁ ଅପେକ୍ଷା କରିଛି। ରାଜ୍ୟର ଆର୍ଥିକ ବିକାଶ ପାଇଁ ଏହା ଉପରେ ନିଷ୍ପତ୍ତି ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଛି।






More Stories
ଲାଲୁଙ୍କ ପିଟିସନ ଖାରଜ…..
ଏଲପିଜି ବୁକିଂ ନିୟମରେ ହୋଇନି ପରିବର୍ତ୍ତନ……
ଲୋକସଭାରେ ଟ୍ରାନ୍ସଜେଣ୍ଡର ବିଲ୍ ଗୃହୀତ…..