ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରାଖଣ୍ଡର ମଦ୍ରାସା ଶିକ୍ଷା ବୋର୍ଡରେ ଖୁବ୍ ଶୀଘ୍ର ସଂସ୍କୃତ ବିଷୟ ସାମିଲ୍ ହେବ। ଏହି ବୋର୍ଡର ଅଧ୍ୟକ୍ଷ ମୁଫ୍ତି ସମୁନ କାସଗୀ ଏହି ସୂଚନା ଦେଇ କହିଛନ୍ତି ଯେ ଏହାକୁ ନେଇ ଖୁବ୍ ଶୀଘ୍ର ବୋର୍ଡ ଏବଂ ସଂସ୍କୃତ ଶିକ୍ଷା ବିଭାଗ ମଧ୍ୟରେ ଏମ୍ୟୁ ସ୍ବାକ୍ଷରିତ ହେବ। ସେ ଆହୁରି ବି କହିଛନ୍ତି କି ପ୍ରଥମ ଚରଣରେ ଆଧୁନିକ ମଦ୍ରାସାରେ ସଂସ୍କୃତ ପାଠ ପଢ଼ାଯିବ। ମଦ୍ରାସା ଶିକ୍ଷା ବୋର୍ଡର ଅଧ୍ୟକ୍ଷ୍ୟ କାସଗୀଙ୍କ କହିବାନୁଯାୟୀ ସଂସ୍କୃତ ଏବଂ ଆରବୀ ଦୁଇଟି ଯାକ ହିଁ ପ୍ରାଚୀନ ଭାଷା। ଯଦି ମୌଲବୀଙ୍କ ସଂସ୍କୃତ ଓ ପଣ୍ଡିତଜୀଙ୍କୁ ଆରବୀ ଆସିଯାଏ ତ ଏହାଠାରୁ ଭଲ କଥା ଆଉ କ’ଣ ହୋଇପାରେ! ସେ କହିଛନ୍ତି କି ମଦ୍ରାସାରେ ସଂସ୍କୃତ ବିଷୟରେ ପାଠ ପଢ଼ାଯିବା ନେଇ ସଂସ୍କୃତ ଶିକ୍ଷା ବିଭାଗରେ କଥାବାର୍ତ୍ତା ଚାଲିଛି। ଖୁବ୍ ଶୀଘ୍ର ଏମ୍ଓୟୁ ସ୍ବାକ୍ଷର କରାଯିବା ପାଇଁ ଚେଷ୍ଟା ରହିଛି।
More Stories
ସୁରକ୍ଷାକର୍ମୀଙ୍କ ଗୁଳିରେ ୧୦ ମାଓବାଦୀ ନିହତ…..
ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ, ୩୮ ମୃତ, ୨୯ ଆହତ……
ଆସନ୍ତାକାଲି ଆସିବ ମହାରାଷ୍ଟ୍ର-ଝାଡ଼ଖଣ୍ଡ ନିର୍ବାଚନ ଫଳ…..