ରିପୋର୍ଟ କାର୍ଡ / କଟକ
ମଙ୍ଗଳବାର ଓଡ଼ିଶା ହାଇକୋର୍ଟର ୩ ନୂଆ ବିଚାରପତି ଶପଥ ଗ୍ରହଣ କରିଛନ୍ତି । ଆଇନଜୀବୀ ମୃଗାଙ୍ଗ ଶେଖର ସାହୁ ,ଜୁଡ଼ିସିଆଲ ଅଫିସର ରାଧାକୃଷ୍ଣ ପଟନାୟକ ଓ ଶଶିକାନ୍ତ ମିଶ୍ର ମଧ୍ୟ ହାଇକୋର୍ଟ ଜଜ ଭାବେ ଶପଥ ନେଇଛନ୍ତି । କରୋନା କଟକଣା ମଧ୍ୟରେ ମୁଖ୍ୟ ବିଚାରପତି ଜଷ୍ଟିସ ଡ଼କ୍ଟର ଏସ ମୁରଲୀଧର ତିନି ନୂଆ ବିଚାରପତିଙ୍କୁ ଶପଥ ଗ୍ରହଣ କରାଇଛନ୍ତି । ଓଡିଶା ହାଇକୋର୍ଟର ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ୨୭ ରହିଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ କେନ୍ଦ୍ର ଆଇନ ବିଭାଗ ଗତ ୧୩ ତାରିଖରେ ଏହି ତିନି ନୂଆ ବିଚାରପତିଙ୍କ ନିଯୁକ୍ତି ନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଥିଲେ। ତିନି ନୂଆ ବିଚାରପତି ଶପଥ ନେବା ପରେ ଓଡିଶା ହାଇକୋର୍ଟରେ ବିଚାରପତି ସଂଖ୍ୟା ହୋଇଛି ୧୭ । ନିକଟରେ ଅନ୍ୟ ୨ ଜଣ ବିଚାରପତିଙ୍କର ଅନ୍ୟ ହାଇକୋର୍ଟରୁ ଓଡିଶା ହାଇକୋର୍ଟକୁ ବଦଳି ହୋଇ ସେମାନେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଗତ ୮ ତାରିଖରେ ଜଷ୍ଟିସ ଯଶୱନ୍ତ ସିଂ ଓ ଜଷ୍ଟିସ ଅରିନ୍ଦମ ସିହ୍ନା ଓଡିଶା ହାଇକୋର୍ଟ ବିଚାରପତି ଭାବେ ଶପଥ ନେଇଥିଲେ।






More Stories
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..
ସମ୍ବଲପୁର ତହସିଲ ଦୁଇ ଭାଗ…..
ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ…..