Report Card Odisha

| Daily Odia News

ସରକାରୀ କାର୍ଯ୍ୟାଳୟରେ ଅନୁଶାସନ କଡ଼ାକଡ଼ି କଲେ ଚନ୍ନୀ, ୯ଟାରୁ ଅଫିସ ଆସିବାକୁ ନିର୍ଦ୍ଦେଶ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ଅନୁଶାସନ କଡ଼ାକଡ଼ି କରିଛନ୍ତି। ସମସ୍ତ ସରକାରୀ କର୍ମଚାରୀଙ୍କ ସମୟର ପରିବର୍ତ୍ତନ କରିଛନ୍ତି । ଅର୍ଥାତ୍ ସକାଳ ୯ଟାରୁ ଅଫିସ ଆସିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି କରିଛନ୍ତି। ସରକାରୀ କାର୍ଯ୍ୟଳୟ ଗୁଡ଼ିକରେ ପାରଦର୍ଶିତା ଆଣିବା ପାଇଁ ନୂଆ ମୁଖ୍ୟମନ୍ତ୍ରୀ ଏଭଳି ଜନହିତକାରୀ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଆଧାରରେ ସମସ୍ତ ସରକାରୀ କର୍ମଚାରୀ ସକାଳ ୯ଟା ସୁଦ୍ଧା ଅଫିସରେ ପହଞ୍ଚି ସେମାନଙ୍କର ଉପସ୍ଥିତିକୁ ସୁନିଶ୍ଚିତ କରିବେ। ସବୁ କାର୍ଯ୍ୟାଳୟ ଗୁଡିକରେ ଥିବା ଉପରିସ୍ଥ ଅଧିକାରୀମାନେ ସପ୍ତାହକୁ ୨ ଥର କର୍ମଚାରୀମାନଙ୍କ ଆଶ୍ଚର୍ଯ୍ୟଜନକ ଉପସ୍ଥିତି ଯାଞ୍ଚ୍ କରିବେ। ଏହା ସହ କର୍ମଚାରୀଙ୍କ କାର୍ଯ୍ୟଶୈଳୀକୁ ନୀରିକ୍ଷଣ କରିବେ। କାର୍ଯ୍ୟାଳୟ ଗୁଡ଼ିକରେ କର୍ମଚାରୀମାନେ ଜନତାଙ୍କ ସମସ୍ୟାକୁ ପ୍ରାଥମିକତା ଆଧାରରେ ସମାଧାନ କରିବେ। ସମସ୍ତ ପ୍ରଶାସନିକ ସଚିବ ତଥା ବିଭାଗ ପ୍ରମୁଖ ନିଜ ନିଜ କାର୍ଯ୍ୟାଳୟ ଗୁଡ଼ିକରେ କାର୍ଯ୍ୟରତ ଥିବା କର୍ମଚାରୀଙ୍କ ରେକର୍ଡ ଉପରେ ନଜର ରଖିବେ। ଏଥିପାଇଁ ରାଜ୍ୟର ସମସ୍ତ ବିଭାଗ ପ୍ରମୁଖ, ଡିଭିଜନ କମିଶନର, ଡେପୁଟି କମିଶନର ଏବଂ ଏସଡିଏମଓଙ୍କୁ ସରକାରଙ୍କ ପକ୍ଷରୁ ଏକ ପତ୍ର ଜାରି କରାଯାଇଛି। ଯଦି ଏହି ନିର୍ଦ୍ଦେଶକୁ ଅବମାନନା କରାଯାଏ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ସରକାର କହିଛନ୍ତି।

 

Breaking News