ରିପୋର୍ଟ କାର୍ଡ / ଭୁବନେଶ୍ୱର
କଂଗ୍ରେସର ଗୌରବମୟ ଇତିହାସ ରହିଛି । ୨୨ ବର୍ଷ ଆମେ ଶୋଇଲେ, ଏଣିକି ଆଉ ଶୋଇବାନି । ରାଜନୈତିକ ରାସ୍ତାରେ ଉତ୍ଥାନ ପତନ ଲାଗି ରହିବ । ସମସ୍ତେ ଏକଜୁଟ୍ ହେବା ସହ ଶୃଙ୍ଖଳିତ ଭାବେ କାର୍ଯ୍ୟ କଲେ ନିଶ୍ଚିତ ସଫଳତା ମିଳିବ । ବିଜେଡି ସରକାର ରାଜ୍ୟକୁ ଦାରିଦ୍ର୍ୟ ଭିତରକୁ ଠେଲିଦେବାକୁ ହୀନ ଚକ୍ରାନ୍ତ ଚଳାଇଛି । ଏଥିରୁ ଓଡ଼ିଶାକୁ ମୁକ୍ତ କରିବା ନିମନ୍ତେ ସମସ୍ତ କଂଗ୍ରେସ କର୍ମୀଙ୍କୁ ସରକାର ବିରୋଧରେ ଲଢ଼େଇ କରିବା ପାଇଁ ଆଗେଇ ଆସିବାକୁ ପଡ଼ିବ । ବର୍ତ୍ତମାନ କଂଗ୍ରେସର ୯ ବିଧାୟକ ରହିଛନ୍ତି । କିନ୍ତୁ ୨୦୨୪ ବେଳକୁ କଂଗ୍ରେସ ୯୦ ବିଧାୟକ ଆଣି ନିଶ୍ଚିତ ସରକାର ଗଠନ କରିବ ବୋଲି ନୂତନ ପିସିସି ସଭାପତି ଶରତ କୁମାର ପଟ୍ଟନାୟକ ଦାୟିତ୍ୱ ଗ୍ରହଣ କରି ଦୃଢୋକ୍ତି ପ୍ରକାଶ କହିଛନ୍ତି । ଶୁକ୍ରବାର କଂଗ୍ରେସ ଭବନରେ ଦାୟିତ୍ୱ ଗ୍ରହଣ ଅବସରରେ ସେ ଦେଶର ସର୍ବପୁରାତନ ଦଳର ସେ ରୋମ ମନ୍ଥନ କରିଥିଲେ । ପୁର୍ବତ୍ତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବିଧିବଦ୍ଧ ଭାବେ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଶ୍ରୀ ପଟ୍ଟନାୟକ କହିଥିଲେ ରାଜ୍ୟକୁ ଦାରିଦ୍ର୍ୟ ମୁହଁରୁ ମୁକ୍ତ କରିବା ନିମନ୍ତେ କଂଗ୍ରେସର ସମସ୍ତ କର୍ମୀ ଏକତ୍ର ହୋଇ ଲଢ଼େଇ କରିବାକୁ ପଡ଼ିବ। କର୍ମୀଙ୍କ କଠିନ ପରିଶ୍ରମ ଦ୍ଵାରା ବ୍ରଜରାଜନଗର ଉପନିର୍ବାଚନରେ କଂଗ୍ରେସ ତୃତୀୟରୁ ଦ୍ୱିତୀୟ ସ୍ଥାନକୁ ଆସିଛି। ବିଜେଡି ହେଉଛି ମହିଳା, ଯୁବ ବିରୋଧୀ ସରକାର।






More Stories
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..
ସମ୍ବଲପୁର ତହସିଲ ଦୁଇ ଭାଗ…..
ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ…..