ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଜେଡି ସାଂସଦ ଡ. ସସ୍ମିତ ପାତ୍ର ‘ରାଜ୍ୟସଭା କମିଟି ଅନ ଇନଫରମେସନ୍ ଆଣ୍ଡ କମ୍ୟୁନିକେସନ ଟେକ୍ନୋଲୋଜି’ର ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି। ରାଜ୍ୟସଭା ସଚିବାଳୟ ଦ୍ୱାରା ଜାରି ୯ ଜଣିଆ କମିଟିରେ ସାଂସଦ ଗୁଲାମ ଅଲ୍ଲୀ, କିରନ ଚୌଧୁରୀ, ଅନିଲ କୁମାର ଯାଦବ ମନ୍ଦାଦି, ସାକେତ ଗୋଖଲେ, ଏନ ଆର ଏଲଆନଗୋ, ଡ. ଅଶୋକ କୁମାର ମିତ୍ତଲ, ଭି ବିଜୟସାଇ ରେଡ୍ଡୀ, ମନୋଜ କୁମାର ଝା ସଦସ୍ୟ ଅଛନ୍ତି। ସମ୍ପ୍ରତି ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ନେତା ଭାବେ ଡ. ପାତ୍ର ଦାୟିତ୍ୱ ତୁଲାଉଛନ୍ତି। ରାଜ୍ୟସଭାରୁ ବିଜେଡି ସାଂସଦ ସୁଜିତ କୁମାରଙ୍କ ଇସ୍ତଫା ପରେ ଦଳକୁ ପିଟିସନ କମିଟି ଅଧ୍ୟକ୍ଷ ପଦ ହରାଇବାକୁ ପଡ଼ିଥିଲା। ରାଜ୍ୟସଭାରେ ୭ ଜଣ ସାଂସଦ ବିଶିଷ୍ଟ ବିଜେଡିକୁ ପୁଣି ଥରେ ଗୋଟିଏ ସଂସଦୀୟ କମିଟିର ଅଧ୍ୟକ୍ଷ ପଦ ମିଳିଛି। ସେହିପରି ରାଜ୍ୟସଭା ଏମପି ଲାଡ ଯୋଜନା କମିଟି ସଦସ୍ୟ ଭାବେ ସାଂସଦ ସୁଲତା ଦେଓ, ପିଟିସନ କମିଟି ସଦସ୍ୟ ଭାବେ ସାଂସଦ ଶୁଭାଶିଷ ଖୁଣ୍ଟିଆ, ରାଜ୍ୟସଭା ବାସଗୃହ କମିଟି ସଦସ୍ୟ ଭାବେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ ମନୋନୀତ ହୋଇଛନ୍ତି।






More Stories
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..
ଶରଦ ପାଓ୍ବାରଙ୍କୁ ଝଟକା:ଅଜିତ ଯିବା ପରେ ବଦଳିଗଲା NCP!…..
ଜମ୍ମୁ କାଶ୍ମୀରରେ ଭୂକମ୍ପ…..