ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ତୈଳ ଦର ବଢିବାରେ ଲାଗିଛି | ସେ ଖାଇବା ତେଲ ହେଉ କି ପେଟ୍ରୋଲ-ଡିଜେଲ | ମହଙ୍ଗା ମାଡ ଏବେ ଖାଉଟିଙ୍କୁ ହନ୍ତସନ୍ତ କରିପକାଉଛି । ତେଲ ଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ଯାଏଁ ସବୁ ଜିନିଷ ଏବେ ମହଙ୍ଗା ହୋଇଗଲାଣି । ଯାହା ଫଳରେ ସାଧାରଣ ଲୋକଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡୁଛି । ଏହାରି ମଧ୍ୟରେ ପିଆଜ ଏବଂ ସୋରିଷ ତେଲ ଦରକୁ ନେଇ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଖାଦ୍ୟ ଏବଂ ସାର୍ବଜନିକ ବିତରଣ ବିଭାଗ ବିତରଣ ସଚିବ ସୁଧାଂଶୁ ପାଣ୍ଡେ କହିଛନ୍ତି, ପିଆଜ ଦର ଧିରେ ଧିରେ ଖସିବାରେ ଲାଗିଛି । ଅର୍ଥାତ ପିଆଜ ଦର ଯେଉଁଭଳି ଭାବେ ବଢିଥିଲା ତାହା ଏବେ ପୂର୍ବ ସ୍ଥିତିକୁ ଫେରିଛି । ବିଭିନ୍ନ ରାଜ୍ୟରେ ପିଆଜ ଦର ଏବେ ଆୟତରେ ରହିଥିବା ବେଳେ ଆଗକୁ ଏହା ହ୍ରାସ ପାଇବ । ବର୍ତ୍ତମାନ ଦିଲ୍ଲୀ ଏବଂ ମୁମ୍ବାଇ ଭଳି ମହାନଗରରେ ପିଆଜ କିଲୋ ପିଛା ୬୦ ଟଙ୍କା ରହିଥିବା ବେଳେ ଖାଦ୍ୟ ଏବଂ ସାର୍ବଜନିକ ବିତରଣ ବିଭାଗ ବିତରଣ ସଚିବ ସୁଧାଂଶୁ ପାଣ୍ଡେ କହିଛନ୍ତି, ଆମେ ରାଜ୍ୟମାନଙ୍କୁ ପିଆଜ କିଲୋ ପିଛା ୨୬ ଟଙ୍କାରେ ଦେଉଛୁ । ରାଜ୍ୟ ସରକାର ଏ ନେଇ ଆଲୋଚନା କରି ପିଆଜ ଦର କମାଇବା ଉଚିତ ବୋଲି ସେ କହିଛନ୍ତି । କେବଳ ଦିଲ୍ଲୀ ଏବଂ ମୁମ୍ବାଇରେ ପିଆଜ ଦର ଅଧିକ ରହିଛି । ସୁଧାଂଶୁ ପାଣ୍ଡେ କହିଛନ୍ତି, ଦେଶରେ ସୋରିଷ ତେଲ ଉତ୍ପାଦନ ପ୍ରାୟ ୧୦ ଲକ୍ଷ ମେଟ୍ରିକ୍ ଟନ୍ ବଢିଛି । ତେଣୁ ଆସନ୍ତା ବର୍ଷ ଫେବୃଆରୀ ମାସ ସୁଦ୍ଧା ସୋରିଷ ତେଲ ଦର କମିବା ନେଇ ଆକଳନ କରାଯାଉଛି । ରାଜ୍ୟମାନଙ୍କ ସହିତ ମିଶି ଦ୍ରବ୍ୟଗୁଡିକର ମୂଲ୍ୟ କାବୁ କରିବା ଦିଗରେ ଅହରଂ ଉଦ୍ୟମ କରୁଛନ୍ତି ଭାରତ ସରକାର । ଏଥିପାଇଁ ବ୍ୟାପକ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଉଛି । ଖାଇବା ତେଲ ଦରକୁ ନେଇ ଖାଉଟି ଅସନ୍ତୋଷ ଅଛନ୍ତି । କାରଣ ବିଗତ କିଛି ମାସ ମଧ୍ୟରେ ଖାଦ୍ୟସାମଗ୍ରୀ ଦର ଅହେତୁକ ବୃଦ୍ଧି ଘଟିବା ଫଳରେ ଏହାର ପ୍ରଭାବ ସିଧାସଳଖ ଜନସାଧାରଣଙ୍କ ଉପରେ ପଡୁଛି । ତେଣୁ ଦରଦାମ ବୃଦ୍ଧିକୁ ରୋକିବା ଦିଗରେ ସରକାର ବିଶେଷ ଧ୍ୟାନ ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି । ସରକାର ମଧ୍ୟ ଏ ନେଇ ଅବଗତ ଅଛନ୍ତି । ଖୁବଶୀଘ୍ର ଖାଦ୍ୟସାମଗ୍ରୀ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଦର ଦାମ ଆୟତକୁ ଆସିବ ବୋଲି ଆକଳନ କରାଯାଉଛି ।
More Stories
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……
ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ,ହନୁମାନ ଙ୍କୁ ପୂଜାର୍ଚ୍ଚନା କଲେ କେଜ୍ରିୱାଲ୍……
ଭିଜିଲାନ୍ସ ଜାଲରେ ଏଏସଆଇ……