ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଯୁବରାଜ ମହମ୍ମଦ୍ ବିନ୍ ସଲ୍ମାନ୍ଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦେବା ପାଇଁ ସାଉଦି ଆରବର ରାଜା ସଲ୍ମାନ୍ ବିନ୍ ଅବ୍ଦୁଲାଜିଜ୍ ଅଲ୍ ସାଉଦ୍ ରାଜାଦେଶ ଜାରି କରିଛନ୍ତି | ରାଷ୍ଟ୍ରାୟତ ସାଉଦି ପ୍ରେସ୍ ଏଜେନ୍ସି ରିପୋର୍ଟ ରୁ ଜଣାପଡିଛି । କ୍ଷମତାକୁ ଆସିବା ଦିନରୁ ‘ଏମ୍ବିଏସ୍’ ନାମରେ ସୁପରିଚିତ ଯୁବରାଜ ମହମ୍ମଦ୍ ବିନ୍ ସଲ୍ମାନ୍ ଅର୍ଥନୈତିକ, ସାମାଜିକ ଏବଂ ଧାର୍ମିକ ସଂସ୍କାର କରି ରକ୍ଷଣଶୀଳ ତୈଳ ସୁପରପାୱାର୍ ସାଉଦି ଆରବରେ କିଛି ବର୍ଷ ହେବ ବ୍ୟାପକ ପରିବର୍ତ୍ତନ କରାଇଛନ୍ତି। ଗତ କେତେ ବର୍ଷ ହେବ ସାଉଦି ଆରବର ପ୍ରକୃତ ଶାସକ ଭାବେ ପରିଗଣିତ ହୋଇସାରିଥିବା ଯୁବରାଜ ମହମ୍ମଦ୍ ଆଗରୁ ରାଜା ସଲ୍ମାନ୍ଙ୍କ ଉପପ୍ରଧାନମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଉପ-ପ୍ରତିରକ୍ଷା ମନ୍ତ୍ରୀ ଥିବା ତାଙ୍କ ସାନଭାଇ ଖଲିଦ୍ ବିନ୍ ସଲ୍ମନ୍ ଏବେ ତାଙ୍କଠାରୁ ପ୍ରତିରକ୍ଷା ମନ୍ତ୍ରଳାୟ ଭାର ଗ୍ରହଣ କରିବେ। ୨୦୧୭ ଜୁନ୍ରେ ଯୁବରାଜ ହେବା ପରେ ‘ଏମ୍ବିଏସ୍’ ଆଧୁନିକ ଉପସାଗରୀୟ ଦେଶରେ ସବୁଠୁ ଅଧିକ ମୌଳିକ ସଂସ୍କାର କରାଇଥିବା ସହ ସମସ୍ତ ପ୍ରତିଦ୍ବନ୍ଦ୍ବୀଙ୍କୁ ନିଷ୍କ୍ରିୟ କରିପକାଇଛନ୍ତି। କିନ୍ତୁ, କେତେକ ପ୍ରଖ୍ୟାତ ମୌଲବୀ, ସାମାଜିକକର୍ମୀ ଏବଂ ରାଜବଂଶୀ ସମ୍ଭ୍ରାନ୍ତଙ୍କ ସମେତ ସମାଲୋଚକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେ ମଧ୍ୟ ମାଲୋଚିତ ହୋଇଛନ୍ତି। ୨୦୧୮ରେ ଇସ୍ତାନ୍ବୁଲ୍ସ୍ଥିତ ସାଉଦି ଆରବ କନ୍ସୁଲେଟ୍ ଭିତରେ ସାଉଦି ସାମ୍ବାଦିକ ଜମାଲ୍ ଖଶୋଗିଙ୍କୁ ହତ୍ୟା କରାଯିବା ପ୍ରସ୍ତାବକୁ ‘ଏମ୍ବିଏସ୍’ ହିଁ ଅନୁମୋଦନ କରିଥିଲେ ବୋଲି ଆମେରିକାର ଗୁଇନ୍ଦା ସଂସ୍ଥାନ କହିଥିଲା। ସେଥିପାଇଁ ବି ସେ ତୀବ୍ର ସମାଲୋଚନାର ସରବ୍ୟ ହୋଇଥିଲେ।






More Stories
ପଞ୍ଚାୟତ ଅଫିସ୍କୁ ସ୍ଥାନାନ୍ତର ହେବ ପୋଷ୍ଟ ଅଫିସ୍……
ବିଷାକ୍ତ ଗ୍ୟାସ ଲିକ୍ ,ଦୁଇ ମୃତ ,୧୦,୦୦୦ ପ୍ରଭାବିତ…..
ବିଦେଶୀ ପ୍ରତିନିଧିଙ୍କ ଠାରୁ ବିରୋଧୀ ଦଳଙ୍କୁ ଦୂରେଇ ରଖାଯାଉଛି,ପୁରୁଣା ପରମ୍ପରା ଭାଙ୍ଗିଦେଉଛନ୍ତି……