ରିପୋର୍ଟ କାର୍ଡ / କଟକ
ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଶିବଶଙ୍କର ମିଶ୍ର ଓ ଜୁଡ଼ିସିଆଲ ଅଫିସର ଆନନ୍ଦ ଚନ୍ଦ୍ର ବେହେରାଙ୍କୁ ନିଯୁକ୍ତି ଦେବାକୁ ସୁପ୍ରିମକୋର୍ଟ କଲେଜିୟମ ସୁପାରିଶ କରିଛନ୍ତି । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ନିଜର ଦୁଇଜଣ ବରିଷ୍ଠ ସହଯୋଗୀ( ହାଇକୋର୍ଟ ବିଚାରପତି)ଙ୍କ ସହ ବିଚାରବିମର୍ଶ କରି ୨୦୨୩ ଜାନୁୟାରୀ ୧୭ତାରିଖରେ ଏହି ଦୁଇଜଣଙ୍କ ନାଁ ସୁପାରିଶ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ମଧ୍ୟ ଏହି ସୁପାରିଶରେ ସମ୍ମତି ଜଣାଇଛନ୍ତି । ସୁପ୍ରିମକୋର୍ଟଙ୍କ ୱେବସାଇଟରେ ପ୍ରକାଶିତ ଏହି ସୂଚନା ଅନୁସାରେ, ବରିଷ୍ଠ ଓକିଲ ଶ୍ରୀ ମିଶ୍ର ୧୯୯୧ ଡିସେମ୍ବର ମାସରୁ ଅର୍ଥାତ୍ ଗତ ୩୦ବର୍ଷ ଧରି ଓକିଲାତି କରୁଛନ୍ତି ଓ ସେ ସୁପ୍ରିମକୋର୍ଟରେ ଓଡ଼ିଶା ସରକାରଙ୍କ ପାଇଁ ଆଡଭୋକେଟ୍ ଅନ୍ ରେକର୍ଡ ଅଛନ୍ତି । ଯାହାକି ତାଙ୍କର ପେଷାଦାର ଆୟରେ ପ୍ରତିଫଳିତ ହେଉଛି । ଏହାକୁ ଦୃଷ୍ଟିରେ ରଖି କଲେଜିୟମ ଶ୍ରୀ ମିଶ୍ର ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ଉପଯୁକ୍ତ ବୋଲି ସୁପାରିଶ କରିଛନ୍ତି ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..