ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୩ଦିନ ତଳେ କୋଲକାତା ଆର୍ ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ଡାକ୍ତର ସନ୍ଦୀପ ଘୋଷଙ୍କୁ ସିବିଆଇ ଗିରଫ କରିଥିଲା । ମେଡିକାଲ କଲେଜ ଏବଂ ହସ୍ପିଟାଲରେ ବିଭିନ୍ନ ଆର୍ଥିକ ଅନିୟମିତତା ମାମଲାରେ ସିବିଆଇ ତାଙ୍କୁ ଗିରଫ କରିଥିଲା । ତଦନ୍ତ ନେଇ କୋଲକାତା ହାଇକୋର୍ଟ ସିବିଆଇକୁ ଦାୟିତ୍ବ ଦେବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ହାଇକୋର୍ଟର ରାୟକୁ ବିରୋଧ କରି ସନ୍ଦୀପ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିବା ବେଳେ ଆଜି କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଛନ୍ତି । ସୁପ୍ରିମକୋର୍ଟରେ ଆବେଦନ କରି ଘୋଷ ଜଣାଇଥିଲେ ଯେ, ମୁଁ ତଦନ୍ତକୁ ବିରୋଧ କରୁନାହିଁ। କିନ୍ତୁ ଦୁର୍ନୀତି ମାମଲା ସହ ଆରଜି କର ହସ୍ପିଟାଲରେ ହୋଇଥିବା ଦୁଷ୍କର୍ମର ମାମଲାକୁ ଯୋଡ଼ିବା ବେଆଇନ । ଏହା ସହ ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବା ପୂର୍ବରୁ କଲିକତା ହାଇକୋର୍ଟ ମୋର ପକ୍ଷ ଶୁଣି ନଥିଲେ । ମୁଁ ଚାହୁଛି ଯେ, ଦୁର୍ନୀତି ଓ ଆରଜି କର ହସ୍ପିଟାଲରେ ହୋଇଥିବା ଦୁଷ୍କର୍ମର ମାମଲାକୁ ନମିଶାଇ ଅଲଗା ଭାବେ ତଦନ୍ତ କରାଯାଉ । କୋଲକାତା: ୩ଦିନ ତଳେ କୋଲକାତା ଆର୍ ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ଡାକ୍ତର ସନ୍ଦୀପ ଘୋଷଙ୍କୁ ସିବିଆଇ ଗିରଫ କରିଥିଲା । ମେଡିକାଲ କଲେଜ ଏବଂ ହସ୍ପିଟାଲରେ ବିଭିନ୍ନ ଆର୍ଥିକ ଅନିୟମିତତା ମାମଲାରେ ସିବିଆଇ ତାଙ୍କୁ ଗିରଫ କରିଥିଲା । ତଦନ୍ତ ନେଇ କୋଲକାତା ହାଇକୋର୍ଟ ସିବିଆଇକୁ ଦାୟିତ୍ବ ଦେବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ହାଇକୋର୍ଟର ରାୟକୁ ବିରୋଧ କରି ସନ୍ଦୀପ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିବା ବେଳେ ଆଜି କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଛନ୍ତି । ସୁପ୍ରିମକୋର୍ଟରେ ଆବେଦନ କରି ଘୋଷ ଜଣାଇଥିଲେ ଯେ, ମୁଁ ତଦନ୍ତକୁ ବିରୋଧ କରୁନାହିଁ। କିନ୍ତୁ ଦୁର୍ନୀତି ମାମଲା ସହ ଆରଜି କର ହସ୍ପିଟାଲରେ ହୋଇଥିବା ଦୁଷ୍କର୍ମର ମାମଲାକୁ ଯୋଡ଼ିବା ବେଆଇନ । ଏହା ସହ ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବା ପୂର୍ବରୁ କଲିକତା ହାଇକୋର୍ଟ ମୋର ପକ୍ଷ ଶୁଣି ନଥିଲେ । ମୁଁ ଚାହୁଛି ଯେ, ଦୁର୍ନୀତି ଓ ଆରଜି କର ହସ୍ପିଟାଲରେ ହୋଇଥିବା ଦୁଷ୍କର୍ମର ମାମଲାକୁ ନମିଶାଇ ଅଲଗା ଭାବେ ତଦନ୍ତ କରାଯାଉ ।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..