Report Card Odisha

| Daily Odia News

ବଢିଲା ସତ୍ୟେନ୍ଦ୍ରଙ୍କ ଅନ୍ତରୀଣ ଜାମିନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ମିଳିଛି। ମନି ଲଣ୍ଡରିଂ ମାମଲାରେ ସତ୍ୟେନ୍ଦ୍ର ଜୈନଙ୍କ ଅନ୍ତରୀଣ ଜାମିନକୁ ସର୍ବୋଚ୍ଚ ନ୍ୟାୟାଳୟ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହାପୂର୍ବରୁ ଜୁଲାଇ ୨୪ ରେ ସତ୍ୟେନ୍ଦ୍ରଙ୍କ ଅନ୍ତରୀଣ ଜାମିନ ଆବେଦନର ଶୁଣାଣି ହୋଇଥିଲା। ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ସୁପ୍ରିମକୋର୍ଟ ସତ୍ୟେନ୍ଦ୍ରଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ସୂଚନା ଅନୁସାରେ-  ପୂର୍ବରୁ ମେ’ ୨୬ରେ ସୁପ୍ରିମକୋର୍ଟ ତାଙ୍କୁ ଚିକିତ୍ସା ଆଧାରରେ ୬ ସପ୍ତାହ ଜାମିନ ପ୍ରଦାନ କରିଥିଲେ। ଜୁଲାଇ୧୧ରେ ତାଙ୍କ ଜାମିନର ଶେଷ ଦିନ ଥିଲା। ଏହି ମାମଲାର ପିଛିଲା ଶୁଣାଣି ଜୁଲାଇ ୧୦ରେ ହୋଇଥିଲା ବେଳେ କୋର୍ଟ ତାଙ୍କ ଜାମିନକୁ ଜୁଲାଇ ୨୪ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ।

Breaking News