ରିପୋର୍ଟ କାର୍ଡ / କଟକ
କଟକ ସିଡିଏ-୮ ଅଭିମୁଖେ ଯାଉଥିବା ଏକ ସ୍କୁଲ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ରେ ପ୍ରାୟ ୩୦ ଛାତ୍ରଛାତ୍ରୀ ଥିବା ବେଳେ ସେମାନେ ସୁରକ୍ଷିତ ଥିବା ଜଣାଯାଇଛି। ଏହି ବସ୍ରେ ପୂର୍ବରୁ ୨ ଥର ମଧ୍ୟ ସମାନ ଘଟଣା ଘଟି ସାରିଛି | ଏଭଳି ଅଘଟଣକୁ ନେଇ ବସ ଚେଞ୍ଜ କରାଯାଉ ନଥିବାରୁ ଅଭିଭାବକ ଅସନ୍ତୋଷ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ, ଆଜି ସକାଳୁ ପ୍ରାୟ ୩୦ ଛାତ୍ରଛାତ୍ରୀଙ୍କୁ ନେଇ ବସ୍ଟି କଟକ ସିଡିଏସ୍ଥିତ ସ୍କୁଲ ଅଭିମୁଖେ ଯାଉଥିଲା । ମାତ୍ର ଫେଜ-୨ ଥାନା ପାଖରେ ବସ୍ଟି ଭାରସାମ୍ୟ ହରାଇ ଡିଭାଇଡର ରେ ପିଟି ହେବା ସହ ଏକ ଗଛକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ବସ୍ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ମାତ୍ର ସୌଭାଗ୍ୟବଶତଃ ବସ୍ରେ ଥିବା ସବୁ ସ୍କୁଲ ପିଲା ସୁରକ୍ଷିତ ଅଛନ୍ତି। ଘଟଣା ସ୍ଥଳରେ ପୁଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ତେବେ ସେହି ସ୍କୁଲର ବସ୍ଟି ଆଗରୁ ମଧ୍ୟ ଦୁର୍ଘଟଣା ଘଟାଇଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷ ଙ୍କ ଖାମଖିଆଲ ମନୋଭାବ ଯୋଗୁଁ ବାରମ୍ବାର ଏଭଳି ଘଟଣା ଘଟୁଥିବା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି। ପୂର୍ବରୁ ଥରେ ବ୍ରେକ୍ ଫେଲ ହୋଇଥିବା ବେଳେ ବସ୍ଟି ରାସ୍ତା ତଳକୁ ଖସି ଯାଇଥିଲା। ଏହାପରେ ଥରେ ରାସ୍ତା ମଝିରେ ବସ୍ଟି ଖରାପ ହୋଇ ଯାଇଥିଲା। ଫଳରେ ଅଭିଭାବକ ପହଞ୍ଚି ନିଜ ନିଜ ପିଲାଙ୍କୁ ନେଇଥିଲେ। କିଛି ଦିନ ପୂର୍ବେ ପରିବହନ ବିଭାଗ ଲୋକ ଦେଖାଣିଆ ଭାବେ ସ୍କୁଲ ବସ୍ ଉପରେ ଚଢ଼ାଉ କରି ଫାଇନ୍ ଆଦାୟ କରିଥିଲା।






More Stories
ମା’ର ହତ୍ୟା ଦେଖିଦେବାରୁ ଭାଣିଜୀକୁ ମାରିଦେଲେ…..
ମା’କୁ ଜାଳିଦେଲେ ପୁଅ…..
KIIT ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର,ଦୋଷୀକୁ କ୍ଷମା ନାହିଁ……