ରିପୋର୍ଟ କାର୍ଡ / ଭୁବନେଶ୍ୱର
ବଙ୍ଗୋପସାଗରରେ ଗଭୀର ଅବପାତ ସୃଷ୍ଟି ହୋଇଥିବା ବେଳେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଦେଇ ଅତିକ୍ରମ କରିବ। ଭଦ୍ରକ, ବାଲେଶ୍ବର ସମେତ ଅନେକ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ବିପଦ ସଙ୍କେତ ଛୁଇଁଛି ଜଳକା । ଏହାକୁ ଦୃଷ୍ଟିରେ ରଖି ସରକାର ୪ ଜିଲାରେ ସ୍କୁଲ ଛୁଟି ଘୋଷଣା କରିଛନ୍ତି ।ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ ଏବଂ ସମ୍ବଲପୁରରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ସବୁ ସରକାରୀ, ଘରୋଇ ସ୍କୁଲ ସହିତ ଅଙ୍ଗନବାଡ଼ି କେନ୍ଦ୍ରରେ ପାଠପଢ଼ା ବନ୍ଦ ରହିବ । ପ୍ରକାଶଥାଉକି, ସୋମବାର ଦିନ ବର୍ଷାକୁ ଦୃଷ୍ଟିରେ ରଖି ପାଇଁ ୪ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଥିଲା। ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ସୁବର୍ଣ୍ଣପୁରରେ ସ୍କୁଲ ଛୁଟି କରାଯାଇଥିବା ବେଳେ ଆଜି ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ ଏବଂ ସମ୍ବଲପୁରରେ ସ୍କୁଲ ଛୁଟି ଘୋଷଣା କରାଯାଇଛି ।






More Stories
ଓଡ଼ିଶା ଆସିବେ ରାହୁଲ……
ଓମ୍ଫେଡ୍ ବିକିବ ଆଇସକ୍ରିମ୍ ଓ ପାଣି…..
ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ ବଡ଼ ବାତ୍ୟା…..