Report Card Odisha

| Daily Odia News

ସ୍କୁଲ ଖୋଲିବା ନେଇ ମାର୍ଗଦର୍ଶିକା ଜାରିକଲେ ସ୍କୁଲ ଓ ଗଣ ଶିକ୍ଷା ବିଭାଗ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ କରୋନା ସଂକ୍ରମଣ କମିବା ପରେ ୨୧ରୁ ଏକାଦଶ ଓ ୨୫ ତାରିଖରୁ ଅଷ୍ଟମ ଶ୍ରେଣୀ ଖୋଲିବ। ସେଥିପାଇଁ ମାର୍ଗଦର୍ଶିକା ଜାରି କରିଛି ସ୍କୁଲ ଓ ଗଣ ଶିକ୍ଷା ବିଭାଗ। ଅଷ୍ଟମ ଶ୍ରେଣୀ ପାଇଁ ୧୭ରୁ ୨୪ ତାରିଖ ମଧ୍ୟରେ ଶିକ୍ଷକ ଓ ପରିଚାଳନା କମିଟି ବୈଠକ ବସିବ। ଏଥିରେ ବିଦ୍ୟାଳୟ ପରିସରକୁ ପରିଷ୍କାର ପରିଚ୍ଛନ୍ନ ରଖାଯିବା ଉପରେ ଗୁରୁତ୍ୱ ଦିଆଯିବ। ସ୍କୁଲ ଖୋଲାଯିବାର ପୂର୍ବ ଦିନ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଜଣାଇବେ ପ୍ରଧାନଶିକ୍ଷକ। ପ୍ରଥମ ଦୁଇଦିନ ପାଠ ପଢ଼ା ଯିବନି। କେବଳ ପିଲାମାନଙ୍କ ସହ ଆଲୋଚନା ହେବ। ପାଠପଢ଼ା ନେଇ ଆଲୋଚନା କରିବେ ଶିକ୍ଷକ ଓ ପରିଚାଳନା କମିଟି। ୨୭, ୨୮ ଓ ୨୯ ତାରିଖରେ ସ୍ୱତନ୍ତ୍ର ପରୀକ୍ଷା ଜରିଆରେ ଶିକ୍ଷଣ ସ୍ତର ଆକଳନ ହେବ। ଆକଳନ ସରିବା ପରେ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିକାତ୍ମକ ଶିକ୍ଷାଦାନ କରାଯିବ। ସ୍କୁଲରେ ଭୟମୁକ୍ତ ବାତାବରଣ ସୃଷ୍ଟି ପାଇଁ ଶିକ୍ଷକମାନେ ପ୍ରଚେଷ୍ଟା କରିବେ। ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ବଦଳରେ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବ ବୋଲି ମାର୍ଗ ଦର୍ଶିତାରେ ଉଲ୍ଲେଖ ରହିଛି। କୋଭିଡ୍‌ ମହାମାରୀ ପାଇଁ ପାଖାପାଖି ଦୁଇ ବର୍ଷ ଧରି ବନ୍ଦ ରହିଥିଲା ସ୍କୁଲ। ଯେଉଁଥିପାଇଁ ପିଲାମାନେ ଘରେ ରହିଥିଲେ। ସ୍କୁଲ ଯାଉ ନଥିଲେ। ପରବର୍ତ୍ତୀ ସମୟରେ ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ରାଜ୍ୟ ସରକାର ଅନ୍‌ଲାଇନ୍‌ କ୍ଲାସ ଆରମ୍ଭ କରିଥିଲେ। ମାତ୍ର ନେଟ୍‌ୱର୍କ ଓ ଆଣ୍ଡ୍ରଏଡ ମୋବାଇଲ୍‌ ଫୋନ୍‌ ନଥିବାରୁ ବହୁ ପିଲା ଅନ୍‌ଲାଇନ୍‌ କ୍ଲାସରୁ ବଞ୍ଚିତ ହେଉଥିଲେ। ଆଉ କିଛି ପିଲା ପାଠ ପଢ଼ା ଛାଡ଼ି ବାପା-ମାଆଙ୍କୁ କ୍ଷେତରେ ସହଯୋଗ କରୁଥିବା ଦେଖିବାକୁ ମିଳୁଥିଲା । ଏପରି ଚିତ୍ର ରାଜ୍ୟର କୋଣ ଅନୁକୋଣରୁ ଆସୁଥିବା ଚିନ୍ତା ପ୍ରକଟ କରିଥିଲେ ରାଜ୍ୟର ଶିକ୍ଷାବିତ ଓ ବୁଦ୍ଧିଜୀବୀ। ଏନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇବା ପରେ କରୋନା ସ୍ଥିତି ଦେଖି ରାଜ୍ୟ ସରକାର ପର୍ଯ୍ୟାୟ କ୍ରମେ ସ୍କୁଲ ଖୋଲୁଛନ୍ତି। ଏହା ପୂର୍ବରୁ ରାଜ୍ୟରେ ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲାସରିଛି। ପୂଜା ଛୁଟି ଯୋଗୁ କ୍ଲାସ୍ ବନ୍ଦ ରହିଛି। ତେଣୁ ପୂଜା ଛୁଟି ପରେ ପୁଣି କ୍ଲାସ୍ ଖୋଲିବ।

Breaking News