Report Card Odisha

| Daily Odia News

ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀ-ଅଭିଭାବଙ୍କର ବିଶ୍ୱାସଭାଜନ ହୋଇପାରିଛି……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଗତ ଦୁଇ ବର୍ଷ ହେବ ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କ ବିଶ୍ୱାସଭାଜନ ହୋଇପାରିଛି। ଅଧିକ ସଂଖ୍ୟକ ପିଲା ଟ୍ୟୁସନ୍ ଯିବାକୁ ନେଇ ଆସିଥିବା ‘ଅସର୍’ ରିପୋର୍ଟ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ନିଜର ପ୍ରତିକ୍ରିୟା ଏଭଳି ରଖିଛନ୍ତି | ସେ କହିଛନ୍ତି, ସରକାରୀ ସ୍କୁଲରେ ପଢିଲେ ମେଡିକାଲ ଓ ଇଞ୍ଜିନିଅରିଂରେ ସଂରକ୍ଷଣ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଏକ ପ୍ରମୁଖ କାରଣ ସରକାରୀ ସ୍କୁଲ ପ୍ରତି ଆଗ୍ରହ। ଏହାସହ ସ୍ମାର୍ଟ କ୍ଲାସ, ଇ ଲାଇବ୍ରେରୀ, ଇ ଲାବ୍ରୋଟାରି ଏବଂ ଭିତ୍ତିଭୂମି ଆଦି ମଧ୍ୟ ଅନ୍ୟତମ କାରଣ। ଛାତ୍ରଛାତ୍ରୀମାନେ ବେସରକାରୀ ସ୍କୁଲରୁ ଆସି ସରକାରୀ ସ୍କୁଲରେ ପାଠ ପଢିବା ଏହାର ଉଦାହରଣ। ସେ ଆହୁରି କହିଛନ୍ତି, ଅର୍ଦ୍ଧାଧିକ ପିଲାଙ୍କ ପାଖରେ ସ୍ମାର୍ଟ ଫୋନ ରହିଛି। ଗ୍ରାମାଞ୍ଚଳରେ ବି ସ୍ମାର୍ଟଫୋନ ସଂଖ୍ୟା ବୃଦ୍ଧି ପାଇଛି। ସମସ୍ତଙ୍କ ପାଖରେ ସ୍ମାର୍ଟଫୋନ ନାହିଁ, ଯାହା ଏକ ସମସ୍ୟା ରହିଛି। ଅନଲାଇନ କ୍ଲାସ ସମୟରେ ମଧ୍ୟ ସମସ୍ୟା ଉପୁଜିଥିଲା। ଅନେକ ଅଞ୍ଚଳରେ ଟାୱାର ନାହିଁ ବା ନେଟୱର୍କ ନାହିଁ ପିଲା ଫୋନ ରଖି କଣ କରିବେ। ଏ ନେଇ ବାରମ୍ବାର ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଛାତ୍ରଛାତ୍ରୀଙ୍କ ପାଖରେ ମୋବାଇଲ ସଂଖ୍ୟା କମିବାର ମୋବାଇଲ ଟାୱାର ନଥିବା ମଧ୍ୟ ଏକ ପ୍ରମୁଖ କାରଣ। ଦେଢ଼ ବର୍ଷରୁ ଅଧିକ ସମୟ ଧରି ସ୍କୁଲ ବନ୍ଦ ଥିଲା ସେଥିପାଇଁ ପିଲାଙ୍କ ପାଠପଢ଼ା ଲାଗି ଅଭିଭାବକମାନେ ଟିଉସନ ପ୍ରତି ନିର୍ଭରଶୀଳ ହୋଇଥିଲେ। କିନ୍ତୁ ଏବେ ଯେଉଁ ନୂଆ ଢାଞ୍ଚାରେ ପାଠପଢ଼ା ଓ ପରୀକ୍ଷା କରାଯିବା ପାଇଁ ନିଷ୍ପତ୍ତି ହୋଇଛି, ତାହା ଆଗାମୀ ଦିନରେ ସ୍କୁଲ ପାଠପଢ଼ା ପ୍ରତି ଛାତ୍ରଛାତ୍ରୀଙ୍କର ଆଗ୍ରହ ସୃଷ୍ଟି କରିବ।

Breaking News