Report Card Odisha

| Daily Odia News

ଓଲଟିଲା ଭ୍ୟାନ୍,୬ ଆହତ…..

ରିପୋର୍ଟ କାର୍ଡ / ଢେଙ୍କାନାଳ

ଛାତ୍ରଛାତ୍ରୀଙ୍କୁ ସ୍କୁଲ ନେଇ ଯାଉଥିବା ବେଳେ ଭ୍ୟାନ୍ ଓଲଟି ପଡିଛି। ଦୁର୍ଘଟଣାରେ ୬ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଢେଙ୍କାନାଳ ଜିଲ୍ଲା ପଙ୍ଗାତିରା ରାସ୍ତାର ଡିହଡୋଳ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତ ଛାତ୍ରଛାତ୍ରୀମାନଙ୍କୁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ୧୨ ଜଣ ଛାତ୍ରଛାତ୍ରୀ ଏକ ଭ୍ୟାନରେ ସ୍କୁଲ ଯାଉଥିଲେ। ଡିହଡୋଳ ଗାଁ ନିକଟରେ ଭ୍ୟାନଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ୬ ଜଣ ଛାତ୍ର ଆହତ ହୋଇଥିବା ବେଳେ ଅନ୍ୟମାନଙ୍କର କିଛି ହୋଇନଥିଲା।ସମସ୍ତ ଛାତ୍ର ଛାତ୍ରୀ ବାରିହାପୁର ସ୍ଥିତ ଆଦର୍ଶ ବିଦ୍ୟାଳୟର ହୋଇଥିବା ସୂଚନା ରହିଛି। ପୋଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Breaking News