ରିପୋର୍ଟ କାର୍ଡ / ଜଗତସିଂହପୁର
ରାସ୍ତା ତଳକୁ ସ୍କୁଲ ଭ୍ୟାନ ଖସି ୧୩ ଜଣ ଆହତ ହୋଇଛନ୍ତି | ଫଳରେ ଗାଡ଼ିରେ ଥିବା ୧୧ ଛାତ୍ରଛାତ୍ରୀଙ୍କ ସମେତ ୨ ଶିକ୍ଷୟିତ୍ରୀ ଆହତ ହୋଇଥିବା ଜଣାପଡିଛି । ଏପରି ଦୁର୍ଘଟଣା ଘଟିଛି ଆଜି ଜଗତସିଂହପୁର ଜିଲ୍ଲା ସନ୍ତରାଗଡ଼ା ନିକଟରେ । ଭ୍ୟାନଟି ସବୁ ଦିନ ପରି ଆଜି ସକାଳେ ପାରାଦୀପ ଗଡ଼ରୁ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷୟିତ୍ରୀଙ୍କୁ ଧରି ପାରାଦୀପ ଅଗପାଳସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଭିମୁଖେ ଯାଉଥିଲା। ମାତ୍ର ସନ୍ତରାଗଡ଼ା ନିକଟରେ ହୋଇଥିବା ବେଳେ ହଠାତ୍ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡ଼ିଥିଲା। ଫଳରେ ସମସ୍ତ ଛାତ୍ରଛାତ୍ର ଆହତ ହୋଇଛନ୍ତି।ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାରକରି କୁଜଙ୍ଗ ମେଡିକାଲରେ ଭର୍ତ୍ତି କରିଛନ୍ତି।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..