Report Card Odisha

| Daily Odia News

ସଡ଼କ ଦୁର୍ଘଟଣାର ସାଇଣ୍ଟିଫିକ୍‌ ତଦନ୍ତ ହେବ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଏଣିକି ସଡ଼କ ଦୁର୍ଘଟଣାର ସାଇଣ୍ଟିଫିକ୍‌ ତଦନ୍ତ ହେବ। କେଉଁ କାରଣ ପାଇଁ ଦୁର୍ଘଟଣା ଘଟୁଛି |ଚାଳକର ତ୍ରୁଟି ନା ଗାଡ଼ିରେ ସମସ୍ୟା | ରାସ୍ତା ନିର୍ମାଣ ବେଳେ ଇଂଜିନିୟରିଂରେ ତ୍ରୁଟି ରହିଛି କି| ସମସ୍ତ ଦିଗକୁ ନେଇ ତଦନ୍ତ କରାଯିବ। ଦିନକୁ ଦିନ ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ହାର ଉଦ୍‌ବେଗଜନ ଭାବେ ବଢ଼ୁଥିବାରୁ ଏଥିରେ ରୋକ୍‌ ଲଗାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଦୁର୍ଘଟଣାଜନିତ ମୃତ୍ୟୁହାର ନିୟନ୍ତ୍ରଣ ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଦୁର୍ଘଟଣାର ପ୍ରଥମ ଏକ ଘଣ୍ଟା ବା ଗୋଲ୍‌ଡେନ ଆଓ୍ବାରରେ ‌ଆହତଙ୍କୁ ଉଦ୍ଧାର କରି ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିବା ପାଇଁ ରକ୍ଷକ ଯୋଜନା ଆରମ୍ଭ କରାଯାଇଥିଲେ ବି ଫଳପ୍ରଦ ହୋଇପାରି ନାହିଁ। ତଥ୍ୟ ବର୍ଷକୁ ପାଖାପାଖି ୫ ହଜାର ଲୋକଙ୍କର ମୃତ୍ୟୁ ଘଟୁଛି। ତେବେ ପ୍ରତିଦିନ ପାଖାପାଖି ୧୫ଜଣଙ୍କ ଜୀବନ ଯାଉଛି। ତେଣୁ ସାଇଣ୍ଟିଫିକ୍‌ ତଦନ୍ତ ଦ୍ବାରା ଦୁର୍ଘଟଣାର କାରଣ ଚିହ୍ନଟ କରି ପଦକ୍ଷେପ ନିଆଯିବ। ଦୁର୍ଘଟଣାରେ ଏକାଧିକ ଲୋକ ମୃତାହତ ହେଲେ ସ୍ପେସାଲ ଟିମ୍ ତଦନ୍ତ କରିବ। ଟିମ୍‌ରେ ଜଣେ ପୋଲିସ ଅଧିକାରୀ, ଇଞ୍ଜିନିୟର, ଆର୍‌ଟିଓ ଓ ଜଣେ ବୈଷୟିକ ଅଧିକାରୀ ରହିବେ। ୮ ଟି ଦିଗକୁ ନେଇ ୧୦ ଦିନ ମଧ୍ୟରେ ପୁଲିସ ଆଇଜିଙ୍କୁ ଏସମ୍ପର୍କିତ ରିପୋର୍ଟ ପ୍ରଦାନ କରାଯିବ। ଏଥିପାଇଁ ଆଜି ପୁଲିସ ସେବା ଭବନ‌ରେ ଅନୁଷ୍ଠିତ ସ୍ବତନ୍ତ୍ର ତାଲିମ୍‌ କାର୍ଯ୍ୟକ୍ରମରେ ପୋଲିସ ଓ ପରିବହନ ଅଧିକାରୀଙ୍କୁ ସ୍ବତନ୍ତ୍ର ତାଲିମ ଦିଆଯାଇଛି।

Breaking News