ରିପୋର୍ଟ କାର୍ଡ / ସୁନ୍ଦରଗଡ଼
ଆଜି ପୁଣି ସୁନ୍ଦରଗଡ଼ରେ ୭ ସ୍କ୍ରବ୍ ଟାଇଫସ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ୨୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା। ଗତକାଲି ୩୭ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିମଧ୍ୟରୁ ୭ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ରାଉରକେଲା ସରକାରୀ ଡାକ୍ତରଖାନାରେ ହୋଇଥିବା ପରୀକ୍ଷାର ରିପୋର୍ଟ। ଘରୋଇ ଭାବେ ପ୍ରକାଶିତ ତଥ୍ୟାନୁସାରେ ଆକ୍ରାନ୍ତ ସଂଖ୍ୟା ୫ ଶହ ଟପି ଯାଇଥିବା କୁହାଯାଉଛି। କେବଳ ରାଜଗାଙ୍ଗପୁରର ଏକ ଘରୋଇ କ୍ଲିନିକରେ ୧୫୦ରୁ ଅଧିକ ସ୍କ୍ରବ୍ ଟାଇଫସ ଚିହ୍ନଟ ହୋଇଥିବା ସୂଚନା ମିଳିଛି।






More Stories
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..