Report Card Odisha

| Daily Odia News

ଆଜିଠୁ ସଂସଦର ମୌସୁମୀ ଅଧିବେଶନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଅଗଷ୍ଟ ୧୭ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ କାଳରେ ୧୭ଟି କାର୍ଯ୍ୟଦିବସ ରହିବ। ଏହି ଅଧିବେଶନ କାଳରେ ସରକାର ବ୍ୟକ୍ତିଗତ ଡିଜିଟାଲ ତଥ୍ୟ ସୁରକ୍ଷା ବିଧେୟକ ଓ ସମାନ ନାଗରିକ ସଂହିତା (ୟୁସିସି) ଭଳି ମୋଟ ୨୧ଟି ବିଧେୟକ ଆଗତ କରିବାର ଯୋଜନା କରିଛନ୍ତି। ମୌସୁମୀ ଅଧିବେଶନ ପୂର୍ବରୁ ଗତକାଲି କେନ୍ଦ୍ର ସରକାର ଏକ ସର୍ବଦଳୀୟ ବୈଠକ କରିଥିଲେ | ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ଦଳର ପ୍ରତିନିଧି ଯୋଗ ଦେଇଥିଲେ। ମୌସୁମୀ ଅଧିବେଶନରେ କଂଗ୍ରେସ ମଣିପୁର ପ୍ରସଙ୍ଗ ଉଠାଇବ ବୋଲି କହିଛି। କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ କହିଥିଲେ ଯେ ଆସନ୍ତାକାଲି କଂଗ୍ରେସ ମଣିପୁର ହିଂସା ନେଇ ଗୃହରେ ମୁଲତବୀ ପ୍ରସ୍ତାବ ଆଣିବ। ଏ ନେଇ ସଂସଦରେ ଆଲୋଚନା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଥିଲେ। ସରକାର ମଧ୍ୟ ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ରହିଥିବା କହିଛନ୍ତି। ସର୍ବଦଳୀୟ ବୈଠକରେ କଂଗ୍ରେସ, ବିଜେଡି, ୱାଇଏସ୍‌ଆର କଂଗ୍ରେସ, ବିଆରଏସ୍‌ ସମେତ ଅନ୍ୟ ଦଳର ପ୍ରତିନିଧିମାନେ ଯୋଗ ଦେଇଥିଲେ।

Breaking News