ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବାକୁ ଥିବା ସଂସଦର ମୌସୁମୀ ଅଧିବେଶନରେ ସରକାର ୨୨ଟି ବିଲ୍ ଆଣିବା ଲାଗି ପ୍ରସ୍ତୁତି ଚଳାଇଛନ୍ତି। ଏହି ଅଧିବେଶନରେ ଦିଲ୍ଲୀ ସର୍ଭିସ, ତଥ୍ୟ ସୁରକ୍ଷା, ଜନ ବିଶ୍ବାସ, ଜଙ୍ଗଲ ସଂରକ୍ଷଣ ସମେତ ଅନ୍ୟାନ୍ୟ ବିଲ୍ ଆଗତ ହେବାର ସମ୍ଭାବନା ରହିଛି। ଜନ ବିଶ୍ବାସ ବିଲ୍ ୨୦୨୨ରେ ୪୨ଟି ଆଇନରେ ୧୮୧ଟି ପ୍ରସ୍ତାବକୁ ସଂଶୋଧନ କରିବା ଏବଂ ଅପରାଧିକ ମାମଲାରେ ରହିଥିବା ବ୍ୟବସ୍ଥାକୁ ଯୁକ୍ତିସଙ୍ଗତ କରିବାକୁ ସରକାର ଉଦ୍ୟମ ଚଳାଇଛନ୍ତି। ଜନ ବିଶ୍ବାସ ବିଧେୟକ ୨୦୨୨ରେ ୪୨ଟି ଆଇନରେ ୧୮୧ଟି ବ୍ୟବସ୍ଥାକୁ ସଂଶୋଧନ କରି ଯୁକ୍ତିସଂଗତ କରାଯିବାକୁ ପ୍ରୟାସ କରାଯିବ। ମିଳିତ କମିଟି ନିକଟକୁ ପଠାଯିବା ପୂର୍ବରୁ ପୂର୍ବ ଅଧିବେଶନରେ ବିଧେୟକ ଆଗତ କରିବା ସମୟରେ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ କହିଥିଲେ, ଦେଶରେ ଏଭଳି ଆଇନ ଅଛି ଯେଉଁଥିରେ ଛୋଟ ଅପରାଧ ପାଇଁ ଜେଲ୍ ଯିବାର ବ୍ୟବସ୍ଥା ରହିଛି। ଏଥିପାଇଁ ଲୋକମାନଙ୍କୁ ଅଦାଲତର ଦ୍ବାରସ୍ଥ ହେବାକୁ ପଡ଼ୁଛି। ଆଇନରେ ଥିବା ପୁରୁଣା ବ୍ୟବସ୍ଥାକୁ ହଟାଇ ଦିଆଯିବା ଦ୍ବାରା ଅଦାଲତ ଉପରେ ବୋଝ ହ୍ରାସ ପାଇବ ବୋଲି କୁହାଯାଇଥିଲା।






More Stories
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..
ରାଜପାଲ ଙ୍କୁ ମିଳିଲା ଜାମିନ…..